ଷ୍ଟାଣ୍ଡିଂ ସମିତି ସଭ୍ୟଙ୍କ ପରଲୋକରେ ମୋହନାରେ ଶୋକର ଛାୟା
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ୍ ବାଡେଗୁଡ଼ା ପଞ୍ଚାୟତ ସମିତି ସଭ୍ୟ ରୁଟୁ ମଲ୍ଲିକଙ୍କ ପରଲୋକରେ ମୋହନା ବ୍ଲକରେ ଶୋକର ଛାୟା ଖେଳି ଯାଉଛି । ଗତ କିଛି ଦିନ ହେଲା ସେ କର୍କଟ ରୋଗରେ ପୀଡିତ ଥିଲେ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର୍ ସ୍ଥିତ ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ମଳାସପଦର୍ ପଞ୍ଚାୟତରେ ଦୁଇ ଦୁଇ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ବାଡେଗୁଡ଼ା ପଞ୍ଚାୟତରେ ଗୋଟିଏ ଥର ସରପଞ୍ଚ ଭାବରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ବାଡେଗୁଡ଼ା ପଞ୍ଚାୟତର ବିଜେଡି ସମର୍ଥିତ ସମିତି ସଭ୍ୟ ଥିଲେ । ମୋହନା ବ୍ଲକ କାର୍ଯ୍ୟାଳୟରେ ତାଙ୍କର ମୋର ଶରୀର ପହଞ୍ଚିବା ପରେ ତାଙ୍କର ମର ଶରୀର ରଖି ବ୍ଲକ୍ ଅଧ୍ୟକ୍ଷ ରଞ୍ଜୀବ ଶବର ସମେତ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ଜନ ପ୍ରତିନିଧିମାନେ ଉପସ୍ଥିତ ରହି ଶୋକସଭା ଆୟୋଜନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।


