ଆନ୍ତର୍ଜାତୀୟ ସୁନାମଧନ୍ୟ ଡାକ୍ତର ଭବାନୀ ଶଙ୍କର ଦାସଙ୍କ ଶ୍ରଦ୍ଧାଂଜଳି ସଭା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତ ଗୋପାଳ ଜୀୟୁ ମନ୍ଦିର ପରିସରରେ ରବିବାର ସଂଧ୍ୟାରେ ଏସିଆ ମହାଦେଶର ସୁନାମ ଧନ୍ୟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ଡାକ୍ତର ଭବାନୀ ଶଙ୍କର ଦାସଙ୍କର ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ କୃତୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଡାକ୍ତର ରଘୁନାଥ ଜେନା, ଡାକ୍ତର ରାଖାଲ ରାୟ, ଡାକ୍ତର କନିଷ୍କ ଦାସ, ଡାକ୍ତର ବସନ୍ତ କୁମାର ବେହେରା, ଡାକ୍ତର ବିଶ୍ୱପ୍ରସାଦ କାନୁନଗୋ, ଡାକ୍ତର ସୁରଭି ଦାସ, ତପସ୍ୱିନୀ ଦାସ, ବିଜୟ କୁମାର ଦାସ, ଉମାକାନ୍ତ ଆଚାର୍ଯ୍ୟ, ସୀତାନାଥ ଆଚାର୍ଯ୍ୟ, ସନ୍ତୋଷ କୁମାର ମହାରଣା, କୈଳାସ ପ୍ରଧାନ, ଦେବାଶୀଷ ରାୟ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦାସ ଭାରତର ସର୍ବ ବୃହତ ଚିକିତ୍ସାଳୟ ନ୍ୟାସନାଲ ଇନଷ୍ଟିଚୁଟ ଅଫ ମେଂଟାଲ ହେଲଥ ଆଣ୍ଡ ନ୍ୟୁରୋ ସର୍ଜରୀ ଆନୁଷ୍ଠାନରୁ ନିର୍ଦ୍ଦେଶକ ପଦରୁ ଅବସର ଗ୍ରହଣ କରି ଭୂବନେଶ୍ୱରସ୍ଥିତ କଳିଙ୍ଗ ହସ୍ପିଟାଲରେ ରୋଗୀ ମାନଙ୍କର ସେବା କରୁଥିଲେ । ତାଙ୍କ ସେବା ମନୋବୃତି ତାଙ୍କୁ ସବୁଦିନ ପାଇଁ ପାଇଁ ଉଦଜ୍ଜିବୀତ କରି ରଖିବ । ତାଙ୍କ ସେବା ମନୋବୃତିକୁ ମନେ ରଖିବା ପାଇଁ ଏକ ପ୍ରତିମୂର୍ତି ନିର୍ମାଣ କରିବା ସହ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କ ସ୍ମୃତିକୁ ମନେ ରଖିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମାଜସେବୀ ଆର୍ତତ୍ରାଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ସଭା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ