ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଟେଲେଣ୍ଟ ସର୍ଚ୍ଚ ପରୀକ୍ଷା(କେ.ଟି.ଏସ.)ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ାର ଅଗ୍ରଣୀ ଅନୁଷ୍ଠାନ ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ତରଫରୁ କେନ୍ଦ୍ରାପଡ଼ା ଟେଲେଣଟ ସର୍ଚ ପରୀକ୍ଷା (କେ.ଟି.ଏସ୍‌)-୨୦୨୪ ଗୋପସ୍ଥିତ ଜାଭିୟର ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟ ବିଭିନ୍ନ ସମୟରେ ଶିକ୍ଷାର ମାନ ବୃଦ୍ଧି ଓ ଶିକ୍ଷା ପ୍ରଚାର ପ୍ରସାର ନିମନ୍ତେ ସଦା ସର୍ବଦା ଚେଷ୍ଟିତ । ଏହି ଟ୍ରଷ୍ଟ ତରଫରୁ ବିଗତ ଦିନରେ ଶିକ୍ଷା ସଚେତନତା, ଶିକ୍ଷକ ପୁରସ୍କାର, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହ କ୍ୟାରିୟର କାଉନସେଲିଂ ମାନ କାର୍ଯ୍ୟକ୍ରମ କରିଆସୁଅଛି । କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁୁ ଆବେଦନ କରିଥିବା ମୋଟ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କେନ୍ଦ୍ରାପଡ଼ା ଟେଲେଣଟ ସର୍ଚ ପରୀକ୍ଷା (କେ.ଟି.ଏସ୍‌)-୨୦୨୪ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାରେ ୫ଟି ବିଷୟ ଯଥା, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ଓ ସାଧାରଣ ଜ୍ଞାନର ମୋଟ ୫୦ନମ୍ବର ପରୀକ୍ଷା ହୋଇଥିଲା । ଏହି ପରୀକ୍ଷାରେ ଜାଭିୟର ହାଇସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରା ସେନଟର୍ ସୁପରିଟେଣ୍ଡେଣଟ ଭାବେ ପରୀକ୍ଷା ପରିଚାଳାନା କରିଥିଲେ । ସେହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ପରୀକ୍ଷକ ଭାବେ କାର୍ଯ୍ୟ ତୁଲାଇଥିଲେ । ଏହି ପରୀକ୍ଷାରେ ସଂଖ୍ୟାଲଘୁ ବିକାଶ ଟ୍ରଷ୍ଟର ସଦସ୍ୟ ଶୁଭେନ୍ଦୁ କୁମାର କର, ବୈଲୋଚନ ସାମଲ, ସାହିସ୍ତା ପରୱିନ୍‌, କିଶୋର ଚନ୍ଦ୍ର ଜେନା, ମିର ଅକ୍ତର ଅଲ୍ଲୀ, ଅଚ୍ୟୁତାନନ୍ଦ ସାମଲ, ସେକ୍ ମହମ୍ମଦ ଗୟାସଉଦ୍ଦିନ, ସୟଦ ଜାକିର ଅଲ୍ଲୀ, ରକିବୁର ରହେମାନ, ସେକ୍ ମହମ୍ମଦ ଫୟାଜଉଦ୍ଦିନ, ଦେବେନ୍ଦ୍ର କୁମାର ନାୟକ, ଅନନ୍ତ କୁମାର ପରିଡ଼ା, ମହମ୍ମଦ ଅସଗର ଅଲ୍ଲୀ ପ୍ରମୁଖ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ଏହି ପରୀକ୍ଷାକୁ ନିରପେକ୍ଷ ଭାବେ ସମ୍ପାଦନା କରିଥିଲେ । ସର୍ବଶେଷରେ ଟ୍ରଷ୍ଟର ଅଧ୍ୟକ୍ଷା ରଜିଆ ସୁଲତାନା ଓ ଟ୍ରଷ୍ଟି ସ୍ୱାଲେହା ସୁଲତାନା ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତ ସଦସ୍ୟବୃନ୍ଦ, ଜାଭିୟର ହାଇସ୍କୁଲର ଅଧ୍ୟକ୍ଷ ଓ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହିତ ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବା ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିକ୍ଷାର ମାନଦଣ୍ଡକୁ ମଜ୍‌ବୁତ କରାଯିବା ପାଇଁ ମିଳିମିଶି ସମସ୍ତେ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ