ସଂସ୍କୃତ ପରୀକ୍ଷାରେ ଇଂରାଜୀ ଲେଖିବାରୁ ଛେଚିଲେ ଶିକ୍ଷକ

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌):କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କନା ଗାଁ ସ୍କୁଲରେ ଜଣେ ଛାତ୍ରଙ୍କୁ ଶିକ୍ଷକ ନିର୍ଦ୍ଧୁମ ଛେଚିବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସଭିଏଁ ପଢିବେ ସଭିଁଏ ବଢିବେ । ବିଦ୍ୟାଳୟ ଗୁଡିକରେ ବିଦ୍ୟାର୍ଥୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଦ୍ୟାର୍ଥୀ ମାନଙ୍କୁ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିବା ସହ ଭଲ ଭାବରେ ବିଦ୍ୟାର୍ଥୀ ମାନଙ୍କୁ ଭଲ ପାଠ ପଢାଇବାକୁ ମତ ରଖିଥିଲେ । ତଥାପି କିଛି ସରକାରୀ ଶିକ୍ଷକ ସରକାରୀ ନିୟମ ଫୁ କରି ଏକଛତ୍ରଶାସନ ଜାରୀ ରଖଥିବା କୁହାଯାଉଛି । ଅନ୍ୟ ପଟେ ଶିକ୍ଷକଙ୍କ ଏଭଳି ଛାତ୍ରପ୍ରତି ମାଡ ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବି ଘୋରନିନ୍ଦା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ