ମଇଁଷି ଆକ୍ରମଣରେ ୮ ଗୁରୁତର

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): ମଇଁଷି ଆକ୍ରମଣରେ ୮ ଜଣ ଗୁରୁତର ଆହାତ ହୋଇଛନ୍ତି ।ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ମିଳିଥିବା ଖବର ଅନୁଯାୟୀ ମଇଁଷିକୁ ଏକ ପାଗଳ କୁକୁର କାମୁଡିଥିବା ବେଳେ ମଇଁଷି ମଧ୍ୟ ପାଗଳ ହୋଇ ଏଭଳି ଦୈାରାତ୍ମ୍ୟ ଘଟାଇ ଥିବା ଅଂଚଳବାସୀ ଅନୁମାନ କରିଛନ୍ତି । ପାଗଳ ଦୈାରାତ୍ମ ଷଣ୍ଡର ଆକ୍ରମଣରେ ଗ୍ରାମବାସୀ ଅତିଷ୍ଠ ହୋଇପଡିଥିବା ବେଳେ ଖବର ପାଇ ଦମକଳ ବାହିନୀ ଓ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାଗଳ ମଇଁଷିଟିକୁ କାବୁ କରିଥିଲେ ।ଏହା ପରେ ଗ୍ରାମବାସୀ ଆଶ୍ୱସ୍ତି ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ