ସଙ୍ଗରୋଧ କେନ୍ଦ୍ରରେ ବାପପୁଅଙ୍କ ଜନ୍ମଦିିନ ପାଳନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ବାପପୁଅଙ୍କ ଜନ୍ମ ଦିନ ପାଳନ କରାଯାଇଛି । ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ତତ୍ତ୍ୱାବଧାନରେ ପ୍ରବାସୀ ରାଜେଶ କୁମାର ସାହୁ(୩୨) ଓ ତାଙ୍କ ପୁଅ ନିଗମରାଜ(୩)ଙ୍କ ପାଇଁ ଏହି ଆୟୋଜନ କରାଯାଇଥିଲା । ରାମକୃଷ୍ଣପୁର ପଞ୍ଚାୟତ ଓହାସପୁର ଗ୍ରାମର ଉଭୟ ବାପପୁଅ ଜନ୍ମଦିନରେ ସଙ୍ଗରୋଧ କେନ୍ଦ୍ରରେ ଥିବା ୧୧୩ ଜଣ ପ୍ରବାସୀ ଖୁସି ମନାଇଲେ । ଏହି କାର୍ଯ୍ୟରେ ଟିଏମସିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।


