ସଡକ ଦୁର୍ଘଟଣାରେ ଜଣେ ଆହତ

ହାଟଡ଼ିହି, (ବିକାଶ ବିଶ୍ୱାଳ): ଆନନ୍ଦପୁର ଭଦ୍ରକ ରାସ୍ତାର ଚୋରଗଡିଆ -ବଞ୍ଚୋଛକ ନିକଟରେ ଗତକାଲି ରାତିରେ ସଡକ ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ରାତି ସାଢ଼େ ୮ଟାବେଳେ ଭଦ୍ରକ କାନାଡା ବ୍ୟାଙ୍କର ଶାଖା ପରିଚାଳକ ଅଜୟ କୁମାର ନାୟକ ବାଇକ ଯୋଗେ ନିଜ ଘର କରଞ୍ଜିଆକୁ ଯାଉଥିବା ସମୟରେ ଚୋରଗଡିଆ ବଞ୍ଚେଛକ ମଝିରେ ହଠାତ ଜଣେ ବୟସ୍କ ବ୍ୟକ୍ତି ରାସ୍ତା ଆଗକୁ ଆସିଯାଇଥିଲେ । ତାଙ୍କୁ ରକ୍ଷା କରିବାକୁ ଯାଇ ବାଇକ ଆରୋହୀ ଜଣକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲେ । ତାଙ୍କର ଡାହାଣ ଗୋଡରେ ଗଭୀର ଆଘାତ ଲାଗିଥିଲା । ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ