ସତ୍ୟସାଇ ସେବା ସଂଗଠନ ର ରାଜ୍ୟ ସ୍ତରୀୟ ଯୁବ ସମାବେଶ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ଵପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର କୋଣାର୍କ ସ୍ଥତ ଯାତ୍ରୀନିବାସ ସମିଳନୀ କକ୍ଷ୍ ରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ର ଏକ ରାଜ୍ୟ ସ୍ଥରୀୟ ଯୁବ ସମିଳନୀ ଶୁକ୍ରବାର ଉଦଘାଟିତ ହୋଇଯାଇଛି, ମୁଖ୍ୟ ଅତିଥିଭାବେ ରାଜ୍ୟ ସଭାପତି ଡାକ୍ତର ସତ୍ୟ ସ୍ୱରୂପ ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ଶ୍ରୀ ସତ୍ୟସାଇ ବାବା ଙ୍କ ଆଦର୍ଶ ରେ ଯୁବ ସମାଜ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ ,ଅନ୍ୟ ତମ ଅତିଥିଭାବେ ସର୍ବ ଭାରତୀୟ ସଭାପତି ଶ୍ରୀ ନିମିଷ ପାଣ୍ଡ୍ୟା ଭିଡିଓ ବାର୍ତ୍ତା ମାଧ୍ୟମରେ ଯୁବ ସମିଳନୀ ର ସଫଳତା କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ର ରାଜ୍ୟ ସଭାପତି ପ୍ରିତମ ନାଗ, ସର୍ବ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ର ବ୍ରିଜେଶ ଭାଇ, ଓଡିଶା ର ନାରାୟଣ ପ୍ରସାଦ ସର, ମଣ୍ଡଳ ସଭାପତି, ପ୍ରତାପ ଚନ୍ଦ୍ରମହାନ୍ତି, ଶ୍ରୀ ସାଇ ପ୍ରସାଦ, ଜିଲ୍ଲା ସଭାପତି ବଂଶୀଧର ମହାପାତ୍ର ପ୍ରମୁଖ ଉଦବୋଧନ ଦେଇ ବାବାଙ୍କ ମୁଖ ନିସୃତ ବାଣୀ କୁ କାର୍ଯ୍ୟ ରେ ପରିଣତ କରିବା ପାଇଁ ଯୁବ ସମାଜକୁ ପରାମର୍ଶ ଦେଇଥିଲେ, ଏହି କାର୍ଯ୍ୟକ୍ରମ ଆସନ୍ତା ତିନିଦିନ ଧରି ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ