ହୃଦରୋଗ ବିଶେଷଜ୍ଞ ନିଯୁକ୍ତି ଦାବିରେ ସ୍ମାରକପତ୍ର
ବାଲେଶ୍ୱର,(ସରୋଜ ପଣ୍ଡା) ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ହୃଦରୋଗ ବିଶେଷଜ୍ଞଙ୍କ ନିଯୁକ୍ତି ଦାବିର ‘ନୋଟାରୀ ପବ୍ଲିକ ସଂଗଠନ’ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟସେବା ଦୃଷ୍ଟିରୁ ଉତ୍ତର ଓଡ଼ିଶାର କେନ୍ଦ୍ର ଭାବେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାର ଗୁରୁତ୍ୱ ଅଧିକ । ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ଏଠାରେ ଜଣେ ହୃଦରୋଗ ବିଶେଷଜ୍ଞଙ୍କ ନିଯୁକ୍ତ ନ ହେବା ଦୁଃଖ ଓ ପରିତାପର ବିଷୟ ବୋଲି ସଂଗଠନ ପକ୍ଷରୁ ଆରୋପ କରାଯାଇଛି । ଏହି ପରିପ୍ରେକ୍ଷୀରେ ସଂଗଠନର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ । ସ୍ମାରକପତ୍ର ପ୍ରଦାନ ବେଳେ ତ୍ରୟନାଥ ବାଗ, ଜୟନାରାୟଣ ବେହେରା, ମାନସ ରଞ୍ଜନ ଦାସ, ଶିଶିର ବରଣ ଦେ, ଅନନ୍ତ ଦାସ, କାହ୍ନୁଚରଣ ନନ୍ଦୀ, ପ୍ରଭାତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


