ସଦର ବ୍ଲକସ୍ତରୀୟ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ସଦର ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଓ ଅନ୍ତର୍ନିବଶୀ ସାଧନ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମ ସ୍ଥାନୀୟ ପବ୍ଲିକ ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ମୁଖ୍ୟମନ୍ତ୍ରୀ ଆଭାସିରେ ଏହାକୁ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ଉପସ୍ଥିତ ଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ଣରେ ଆୟୋଜିତ ସଭାରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ, ଧରଣୀଧର ପାତ୍ର ଓ ପ୍ରାଚୀ ତନୟା ଗିରି, ସଦର ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସର ବୈଶିଷ୍ଟ ସମ୍ପର୍କରେ ଆଲୋଚନା କରିଥିଲେ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ଏହ ଅବସରରେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ବିଆରପି ଚିତ୍ତରଂଜନ ନାୟକ, ଜ୍ୟୋତିରେଖା ପାଣିଗ୍ରାହୀ, ଅନ୍ତର୍ନିବେଶୀ ଶିକ୍ଷା ସାଧନ ସଂଯୋଜକ ଅଭୟ କୁମାର ରାଉତଙ୍କ ସମେତ ସମସ୍ତ ସିଆରସିସି, ବିଆରସିସି, ସ୍ୱେଚ୍ଛାସେବକ, ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଦର ବ୍ଲକରେ ଥିବା ୨୧ଟି କ୍ଲଷ୍ଟରରୁ ମୋଟ ୨୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ