ସପ୍ତମ ରାଷ୍ଟ୍ରୀୟ ଏକତା ଦିବସ ପାଳିତ 

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଶନିବାର ଦିନ ଆସିକା ଡାକମଣ୍ଡଳ ଅଧୀନ କଙ୍କୋରଡା ଉପଡାକଘର ପରିସରରେ ସପ୍ତମ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଈ ଯାଈଛି | ୨୦୧୪ ମସିହା ଠାରୁ ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ଏହା ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଈ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ପାଳିତ ହେଉଛି | ଏହି ଅବସରରେ ଆଜି କଙ୍କୋରଡା ଉପଡାକପାଳ ବିଦେଶୀ ମଳିକଙ୍କ ପୌରହିତ୍ଯରେ ଆୟୋଜିତ ସଭାରେ ଶିକ୍ଷା ବିକାଶ ସମିତିର ପ୍ରାଦେଶିକ ସଂଯୋଜକ ବଳରାମ ସାହୁ ଓ ଆସିକା ଡାକ ମଣ୍ଡଳ ପ୍ରତିନିଧି ସୀମାଞ୍ଚଳ ମହାରଣା ଅତିଥି ରୂପେ ଯୋଗ ଦେଇଥିଲେ | ଏହି ଅବସରରେ ଉପସ୍ଥିତ ଅତିଥିମାନେ ନୀରବ ପ୍ରାର୍ଥନା ସହ ଲୌହ ପୁରୁଷଙ୍କର ରାଷ୍ଟ୍ରପ୍ରେମ, ରାଷ୍ଟ୍ରୀୟ ଏକତା ପ୍ରତି ଅବଦାନ, ଗଡ଼ଜାତ ରାଜ୍ୟସମୂହର ସମ୍ମିଶ୍ରଣ, ନଦୀ ଓ କେନାଲର ସଂଯୋଗୀକରଣ ଆଦି ଅବଦାନକୁ ମନେ ପକାଇ ଥିଲେ | ଅତିଥି ଶ୍ରୀ ସାହୁ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ନିମନ୍ତେ ଶପଥ ପାଠ କରାଇଥିଲେ | ଏହି କାର୍ଯ୍ଯକ୍ରମରେ ଆଡପଡା ଶାଖାଡାକପାଳ କୃଷ୍ଣଚନ୍ଦ୍ର ରାଉତ, ଦେଙ୍ଗାଡି ଶାଖାଡାକପାଳ ମନୋଜ କୁମାର ପଟ୍ଟନାୟକ, କଉଡିଆ ଶାଖାଡାକପାଳ ଦେବାଶିଷ ପଟ୍ଟନାୟକ ଓ କୁରୁଳା ଶାଖାଡାକପାଳ ରାମଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ | ଡାକ କର୍ମଚାରୀ ପଞ୍ଚାନନ ଡାକୁଆ କାର୍ଯ୍ଯକ୍ରମ ପରିଚାଳନା କରିଥିବା ବେଳେ କୈଳାଶ ଚନ୍ଦ୍ର ଡାକୁଆ ଓ ରବିନ୍ଦ୍ର ପାଣିଗ୍ରାହୀ ସହଯୋଗ କରିଥିଲେ  |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ