ଏଆଇଟିୟୁସି ଶତବାର୍ଷିକୀ ଅନୁଷ୍ଠିତ 

ଜୟପୁର ,(ଓ୍ବାଇଏନ୍ଏସ୍):ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ କଂଗ୍ରେସ ବା ଏଆଇଟିୟୁସି ର ଶହେ ବର୍ଷ ପୁର୍ତ୍ତୀ ଉପଲକ୍ଷେ ଏହାର କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ଶତବାର୍ଷିକୀ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟ କ୍ରମକୁ  ପତାକା ଉତ୍ତୋଳନ ସହ ଉଦଘାଟନ କରିଥିଲେ ଶ୍ରମିକ ନେତା ପ୍ରମୋଦ  କୁମାର ମହାନ୍ତି । ପତଳା ଉତ୍ତୋଳନ ପରେ ଏଆଇଟିୟୁସି ଲାଲ୍ ଝଣ୍ଡା ବ୍ୟାନର୍ ଧରି ଶତାଧିକ କର୍ମୀ ଓ ନେତୃତ୍ବ ସହର ର ମୁଖ୍ୟ ଟ୍ରାଫିକ ଛକ ପର୍ଯ୍ୟନ୍ତ ପଟୁଆର ପରିକ୍ରମା କରିବା ପରେ ଶ୍ରମିକ କର୍ମଚାରୀ ଭବନ ଠାରେ ସଭାକାର୍ଯ୍ୟ ଶ୍ରୀ ଯୂଧିଷ୍ଠିର ରାଉଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭ ରେ ସହୀଦ ବେଦୀରେ ପୁଷ୍ପ ଅର୍ପଣ ପରେ ଆଜି ଦିନରେ ମୃତ୍ୟୁ ବରଣ କରିଥିବା ସୁବିଖ୍ୟାତ ଶ୍ରମିକ ନେତା ଏଆଇଟିୟୁସି ର ପ୍ରାକ୍ତନ ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ସାଂସଦ ଗୁରୁଦାସ ଦାସଗୁପ୍ତ , ଦିବଙ୍ଗତ ଶ୍ରମିକ ପ୍ରତିନିଧି, କୋରୋନା ଜନିତ ଅପ୍ରସ୍ତୁତ ଲକ୍ ଡାଉନ୍ ଘୋଷଣା ରେ ଦୁର୍ଦ୍ଦଶା ଗ୍ରସ୍ତ ହୋଇ ପ୍ରାଣ ହରାଇଥିବା ଖଟିଖିଆ ଦିନ ମଜୁରିଆ ଶ୍ରମିକ ଓ ପ୍ରାଣହରେଇଥିବା  କୋରୋନା ଯୋଦ୍ଧା ଏବଂ ଲକ୍ଷ ଲକ୍ଷ ମଣିଷ ଙ୍କ ସ୍ମୃତି ରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଭା କୁ ଜିଲ୍ଲା କମ୍ୟୁନିଷ୍ଟ ପାର୍ଟି ର ସହ ସମ୍ପାଦକ ରାମକୃଷ୍ଣ ଦାସ ସମ୍ବୋଧିତ କରିବା ପରେ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ସବିଶେଷ ତଥ୍ୟ ଭିତ୍ତିକ ଆଲୋଚନା କରି କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମର ଅଗ୍ନି ଗର୍ଭରୁ ଭାରତର ପ୍ରଥମ ଶ୍ରମିକ ସଂଗଠନ ଏଆଇଟିୟୁସି ଜନ୍ମ ନେଇଥିଲା । ଶ୍ରମିକ ମାନଙ୍କୁ ସଂଗଠିତ କରି ସେମାନଙ୍କ ଦାବି ପୂରଣ ସହ ଦେଶର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଯୋଗଦାନ ଏହାର ପ୍ରଥମ ଅଧିବେଶନ ବମ୍ବେ ର ଏମ୍ପାୟାର୍ ଥିଏଟର୍ ହଲ୍ ରେ ଅନୁଷ୍ଠିତ ହୋଇଥିଲା ଏବଂ ମହାନ୍ ସ୍ୱାଧୀନତା ସଂଗ୍ରାମୀ ପଞ୍ଜାବ କେଶରୀ ଲାଲା ଲଜପତ୍ ରାୟ ଏହାର ପ୍ରଥମ ସଭାପତି ହୋଇଥିଲେ। ଏହି ସଂଗଠନର ସଭାପତିତ୍ବ କରିଥିଲେ ନେହେରୁ, ସୁବାଷ ବୋଷ, ଚିତ୍ତରଞ୍ଜନ ଦାସ, ସରୋଜିନୀ ନାଇଡୁ,ଭି ଭି ଗିରୀ ପ୍ରମୁଖ । ପରବର୍ତ୍ତୀ କାଳରେ ମହାନ୍ ଶ୍ରମିକ ନେତା ଏସ୍ ଏ ଡାଙ୍ଗେ, ଇନ୍ଦ୍ରଜିତ ଗୁପ୍ତ,ଏ.ବି.ବର୍ଦ୍ଧନ୍ , ଗୁରୁଦାସ୍ ଦାସଗୁପ୍ତ ପ୍ରମୁଖ ଏବଂ ବର୍ତ୍ତମାନ ବିଶିଷ୍ଟ ଶ୍ରମିକ ନେତ୍ରୀ ଅମରଜିତ୍ କୈ।ର୍ ଏହାର ସାଧାରଣ ସମ୍ପାଦକ ଭାବେ ନେତୃତ୍ଵ ଦେଇ ଶ୍ରମିକ ଆନ୍ଦୋଳନ କୁ ମଜବୁତ କରିପାରିଛନ୍ତି । ସ୍ୱାଧୀନତା ଆନ୍ଦୋଳନରେ ସର୍ବ ପ୍ରଥମେ ଏଆଇଟିୟୁସି ହିଁ ୧୯୨୧ ମସିହାରେ ପୁର୍ଣ୍ଣ ସ୍ୱରାଜ ର ପ୍ରସ୍ତାବ ପାସ୍ କରୁଥିଲା ଏବଂ ଜାତୀୟ କଂଗ୍ରେସ ତାର ଆଠ ବର୍ଷ ପରେ ୧୯୨୯ ରେ ପୁର୍ଣ୍ଣ ସ୍ୱରାଜ ର ପ୍ରସ୍ତାବ ଗ୍ରହଣ କରିଥିଲା । ସ୍ୱାଧୀନତା ପରେ ଦେଶର ଏକତା ଅଖଣ୍ଡତାକୁ ବଜାୟ ରଖିବା ଓ ସମ୍ବିଧାନ ର ସୁରକ୍ଷା ସହ ଶ୍ରମିକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ଏଆଇଟିୟୁସି ନେତୃତ୍ବ ରେ ଶତସହସ୍ର ସଂଗ୍ରାମ ହୋଇଛି ଏବଂ ସମ୍ବିଧାନ ସଭା ଆଇନ ମଧ୍ୟ ତିଆରି କରିଛି । ଦେଶରେ ଆଠ ଘଣ୍ଟାର କାମ ସମୟ , ଫାକ୍ଟରୀ ଆଇନ୍, ଶ୍ରମିବିବାଦ ଆଇନ୍,ବୋନସ୍ ଆଇନ, ଛୁଟିଦିନ ଘୋଷଣା,ଗ୍ରାଚୁଇଟି ଆଇନ୍ ଆଦି ଅନେକ ଶ୍ରମିକ ସପକ୍ଷବାଦୀ ଆଇନ ଲାଗୁ କରିବା ରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଆଜି ଅବସ୍ଥା ରେ ଘୋର ପରିବର୍ତ୍ତନ ଆସିଛି । ଆଠ ଘଣ୍ଟାର ସମୟ ପାଇଁ ଦିନେ ଶ୍ରମିକ ସଂଗଠନ ମାନେ ଲଢ଼ୁଥିଲେ କିନ୍ତୁ ଆଜି ଏଭଳି ଶୋଷଣମୂଳକ ବ୍ୟବସ୍ଥା ଲାଗୁ ହୋଇଛି ଯେଉଁଠି ଶିକ୍ଷିତ କର୍ମଚାରୀ ମାନଙ୍କୁ ବାର ରୁ ଚଉଦ ଘଣ୍ଟା ଷୋଳ ଘଣ୍ଟା କାମକରିବାକୁ ପଡୁଛି । ଦେଶର ମାଟି ପାଣି ପବନରେ ଗଢା କଳ କାରଖାନା ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବାକୁ ସୃଷ୍ଟି ନୁହେଁ ବରଂ କେବଳ ମୁନାଫା ନେବାକୁ ସୃଷ୍ଟି ହେଉଛି । କଳକାରଖାନା ରେ ଅତ୍ୟଧିକ ଯାନ୍ତ୍ରିକ କରଣ ଫଳରେ ଅତି କମ୍ ଲୋକ ରେ ବିଶାଳ କଳ କାରଖାନା ଚାଲୁଛି କିନ୍ତୁ ଶ୍ରମିକ କାମପାଇଁ ହାହୁତାଶ ରେ ମରୁଛି । ନୋଟ୍ ବନ୍ଦୀ ପରେ ଜି ଏସ୍ ଟି କଳକାରଖାନା ବ୍ୟବସାୟ ଉପରେ ପ୍ରଭାବ ପକେଇଥିଲା ଏବଂ ୪୫ ବର୍ଷ ରେ ସର୍ବାଧିକ ବେକାରୀ ସମସ୍ୟା ଉତ୍କଟ କରିଥିବା ବେଳେ ବର୍ତମାନ କୋରୋନା ମହାମାରୀ ସମସ୍ୟା କୁ ଅତ୍ୟଧିକ ଉତ୍କଟ କରିଛି । ଠିକ୍ ଏହି ସମୟରେ କେନ୍ଦ୍ର ର ନରେନ୍ଦ୍ର ମୋଦୀ ସରକାର କୋରୋନା ମହାମାରୀ ଅଳରେ ପାର୍ଲ୍ୟାମେଣ୍ଟରେ ଆଲୋଚନା ନକରି ଶ୍ରମିକ ମାନଙ୍କ ଅଧିକାର ସମ୍ବନ୍ଧୀୟ ଅନେକ ଆଇନ୍ କୁ ଧ୍ୱଂସ କରିଦେଇଛନ୍ତି । ଶ୍ରମିକ ମାନଙ୍କୁ ସଂଗଠିତ ହେବାରୁ ବଞ୍ଚିତ କରିଛନ୍ତି । ସଂଗଠନ ଗଢ଼ି ପାରିବେ ନାହିଁ । ଚାକିରି ର ଗ୍ୟାରେଣ୍ଟି ନାହିଁ । ଏଚ୍ ଏ ଏଲ୍ ସୁନାବେଡ଼ା ରେ ଫିକ୍ସଡ୍ ଟର୍ମ ଏମ୍ପ୍ଲୟମେଣ୍ଟ୍ ଅର୍ଥାତ୍ କମ୍ପାନୀ ୩/୪ ବର୍ଷ ପାଇଁ କେବଳ ଚାକିରି ଅର୍ଡର ଦେବ । ସ୍ଥାୟୀ ଚାକିରୀ ଗଲା।ହାୟାର୍ ଏଣ୍ଡ୍ ଫାୟାର୍ ନିତୀ ଲାଗୁ ହୋଇଛି। ଅପରପକ୍ଷରେ ଦେଖାଯାଇଛି ଯେ ସରକାରୀ ଘୋଷିତ ଦିନ ମଜୂରୀ ଦିଆ ଯାଉନି ।କୋରୋନା ଯୋଦ୍ଧା କୁହାଯାଉଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସରକାରୀ ମେଡିକାଲ ରେ ୪/୫ ହଜାର ଟଙ୍କା ରେ ୧୨ ଘଣ୍ଟା କାମ କରାଯାଉଅଛି। ଶିକ୍ଷା ବେପାର ଭିତରେ ୮୦ ଭାଗ ଶ୍ରମଜୀବୀ ମଣିଷ ସେମାନଙ୍କ ପିଲାମାନଙ୍କୁ ପ୍ରାଇଭେଟ୍ ସ୍କୁଲରେ ପାଠ ପଢ଼ାଇ ପାରୁନାହିନ୍ତି। ଡିଜିଟାଲ ଶିକ୍ଷା ଗ୍ରହଣ କରିବା କାଠିକର ପାଠ। ସମାଜ ଥିଲା ବାଲା ଓ ନଥିଲା ବାଲା ପ୍ରଭେଦ ଢେର ଅଧିକ ବୃଦ୍ଧି ପାଇଛି । କୃଷି ଆଇନ୍ ପାସ୍ କରି କୃଷକର ଅଧିକାର ଛଡାଇନେଇଛି । କୃଷି ରେ ବହୁ ଜାତୀୟ କମ୍ପାନୀ ମାନଙ୍କ ପ୍ରବେଶକୁ ସୁଗମ କରିଛି ମୋଦୀ ସରକାର । ଦରଦାମ୍ ହୁ ହୁ ହୋଇ ବଢୁଛି । କଳ କାରଖାନା ବନ୍ଦ । କାମ ଧନ୍ଦା ନାହିଁ , ଏଭଳି ଏକ ଅଭାବନୀୟ ପରିସ୍ଥିତି ରେ ଏଆଇଟିୟୁସି ଶ୍ରମିକ ଶ୍ରେଣୀ କୁ ସଚେତ କରାଇ ଆନ୍ଦୋଳନ ର ଆହ୍ୱାନ ଦେଇଛି । ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏକଜୁଟ ହୋଇ ଆସନ୍ତା ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ ଦିନ ସର୍ବଭାରତୀୟ ସ୍ତରରେ ମୋଦୀ ସରକାର ର ଶ୍ରମିକ କୃଷକ ନିତୀ ବିରୁଦ୍ଧରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ କରିବେ । କୋରାପୁଟ ଜିଲ୍ଲା ରେ ଆନ୍ଦୋଳନ କୁ ସଫଳତାର ସହ ପାଳନ କରିବା ପାଇଁ ଦାମନଯୋଡି ଠାରେ ଆସନ୍ତା ଆଠ ତାରିଖ ଦିନ ମିଳିତ କନଭେନସନ୍ ଆହୁତ ହୋଇଛି । ଜିଲ୍ଲା ର ସୁନାବେଡ଼ା , କୋରାପୁଟ ଜୟପୁର ଠାରେ ମିଳିତ କନଭେନସନ୍ ମାନ ଆୟୋଜନ ହେବ ।‌
ଆଜିର ଶତବାର୍ଷିକୀ ସଭା ରେ ସର୍ବଶ୍ରୀ ବଳରାମ ନାୟକ, ସୁଦର୍ଶନ ବିଷୋୟୀ, ରାମଚନ୍ଦ୍ର କମାର , ଧର୍ମେନ୍ଦ୍ର ବାଗ୍ , ନିତ୍ୟାନନ୍ଦ ପାତ୍ର ପ୍ରମୁଖ ଭାଗନେଇଥିବା ବେଳେ ଅନେକ ମହିଳା ମଧ୍ୟ ଯୋଗଦାନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ