ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶର ପ୍ରତୀକ ‘ଉତ୍କଳମଣି ଗୋପବନ୍ଧୁ’

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ସ୍ଥାନୀୟ ଗୋପବନ୍ଧୁଛକ ପ୍ରତିମୂର୍ତ୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରି ବରିଷ୍ଠ ସାମ୍ବାଦିକ, ଚିନ୍ତକ ତଥା ଅଧ୍ୟକ୍ଷ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀ ମତ ବ୍ୟକ୍ତ କରିଥିଲେ ଯେ, ଉତ୍କଳମଣି ଥିଲେ ବିଶ୍ୱର ମଉଡ଼ମଣି ତଥା ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ସ୍ୱାଭିମାନ, ଅସ୍ମିତାର ପ୍ରତୀକ । ଏହା ସହିତ ତାଙ୍କ ସମାଜସେବା, ସାମ୍ବାଦିକତା, ସଂଗ୍ରାମୀ ଜୀବନ ସହିତ ମାତୃଭାଷା, ସାହିତ୍ୟ ପ୍ରମୁଖର ସାରସ୍ୱତ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ଆଜିର ଯୁବପିଢ଼ୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉତ୍କଳମଣିଙ୍କୁ ‘ଭାରତରତ୍ନ’ ପ୍ରଦାନ କରିବାର ସମୟ ଆସିଛି ବୋଲି ଶ୍ରୀଯୁକ୍ତ ଶତପଥୀ କହିବା ସହିତ ଯୁବ ସମାଜସେବୀ ସଞ୍ଜୟ ପରିଡ଼ାଙ୍କୁ ‘ଉତ୍କଳମଣି ଗୋପବନ୍ଧୁ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । ଉକ୍ତ ସ୍ମୃତିଚାରଣ ସଭାରେ ଅନୁସଚିବ ଲକ୍ଷ୍ମୀଧର ବେହେରା, ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, ସୀତାବଲ୍ଲଭ ମହାପାତ୍ର, ଅରବିନ୍ଦ ତ୍ରିପାଠୀ, ରୋହିତ କୁମାର, ଦିଲ୍ଲୀପ ଦାସଶର୍ମା, ବିଜୟ ପରିଡ଼ା ଯୋଗ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସଂଯୋଜକ ନାରାୟଣ ଓଝା ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ