ଗୋପବନ୍ଧୁ ନଗରବାସୀଙ୍କ ପୁଷ୍ପ ମାଲ୍ୟଅର୍ପଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ମହାନ୍ ଦେଶଭକ୍ତ ଓ ମାନବପ୍ରେମି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୫ ତମ ଜନ୍ମତିଥି ପାଳନ ଅବସରରେ ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତ ଗୋପବନ୍ଧୁ ନଗରଠାରେ ପାଳିତ ହୋଇଯାଇଛି। ସରପଞ୍ଚ ବର୍ଷା ସେଠୀ, ପ୍ରତାପ ଚନ୍ଦ୍ର ମିଶ୍ର ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟଅର୍ପଣ କରିଥିଲେ।ସେହି ମହାନ୍ ପୁରୁଷ ଙ୍କ ଅକୁଣ୍ଠିତ ସାହାର୍ଯ୍ୟ ଆଶୀର୍ବାଦ ଯୋଗୁଁ ଆଜି ୫୦ ପରିବାର ରହିବାକୁ ବାସଖଣ୍ଡ ଟିଏ ପାଇ ନିଜ ନିଜ ର ଜୀବିକା ନିର୍ବାହ କରିପାରୁଛନ୍ତି ବୋଲି ପୀତବାସ ମିଶ୍ର କହିଥିଲେ। ପ୍ରଳୟଙ୍କାରୀ ବନ୍ୟା ଜଳ ବିଭୀଷିକା ରେ ଦାରୁଣ ଦୁଃଖ ସର୍ବହରା ହୋଇଯାଇଥିବା ଲୋକଙ୍କୁ ଲୋକସେବକ ମଣ୍ଡଳ ପକ୍ଷରୁ ସହାୟତା ର ହାତ ବଢ଼ାଇଥିଲେ ଆଜି ସେହି ମହାପୁରୁଷ ଙ୍କୁ ଭକ୍ତିପୂତ ପ୍ରଣାମ ପୁଷ୍ପମାଲ୍ୟଅର୍ପଣ କରିଏହି ମାଟି କୁ ନଗରବାସୀ ମନେପକାଇବା ସହ ନିଜକୁ ଧନ୍ୟ ମନେକରୁଛି ବୋଲି ସରପଞ୍ଚ ବର୍ଷା ସେଠୀ କହିଥିଲେ। ଏହି ଅବସରର ସାନଖେମୁଣ୍ଡି ସମାଜ ପ୍ରତିନିଧି ପଦ୍ମ ଲୋଚନ ପାଣିଗ୍ରାହୀ, ସରପଞ୍ଚ ପ୍ରତିନିଧି ପିଣ୍ଟୁ ସେଠୀ, ରଞ୍ଜନ ସେଠୀ, ସିମାଞ୍ଚଳ ସାହୁ , ଅଭିମନ୍ୟୁ ସାହୁ,ଶିବ ସେଠୀ, ରତ୍ନାକର ସାହୁ, ବଇଁଶୀ ସେଠୀ, କସ୍ତୁରୀ ସେଠୀ, ସଞ୍ଜୁ ସେଠୀ,ଗୀତା ବେହେରା, ବଙ୍ଗାଳୀ ବେହେରା,ବି ସୁବାସିଦୋରା ପ୍ରମୁଖ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ