ସମାଜସେବୀ ଅଶୋକ ସାହୁଙ୍କ ଭାତୃବଧୂ ବିୟୋଗରେ ଶୋକ 

କଟକ,(ଓ୍ବାଇଏନ୍ଏସ୍): କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ୟୁବିପ)ର ଆଜୀବନ ସଦସ୍ୟ ଏବଂ କଟକ ସଦର ବ୍ଲକ ଖଣ୍ଡାଏତା ପଂଚାୟତର ଖଣ୍ଡାଏତା ଗ୍ରାମର ସମାଜସେବୀ ଅଶୋକ କୁମାର ସାହୁଙ୍କ କନିଷ୍ଠ ଭ୍ରାତାଙ୍କ ଧର୍ମପତ୍ନୀ ସ୍ବର୍ଗତା ବିଶ୍ଵଜିତା ସାହୁ(୩୬)ଙ୍କ ଅକାଳ ବିୟୋଗ ଘଟିଛି | ସୂଚନାଯୋଗ୍ୟ ଅଶୋକଙ୍କ ପୂଜ୍ୟପିତା ପୂର୍ବତନ ଖବରକାଗଜ ବିତରକ,ସମାଜସେବୀ ସ୍ବର୍ଗତ ଅରକ୍ଷିତ ସାହୁଙ୍କ ମୃତ୍ୟୁର କିଛିଦିନ ଅନ୍ତରରେ ତାଙ୍କ ଭାତୃବଧୂଙ୍କ ବିୟୋଗର ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି | ସ୍ୱର୍ଗତା ବିଶ୍ଵଜିତାଙ୍କ ଏକାଦଶାହ ତିଥିରେ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କର୍ମକର୍ତ୍ତା ଵର୍ଗ କ୍ଷୀରୋଦ ଦଳାଇ,ପ୍ରଦୀପ୍ତ ବେହେରା,ଦେବୀ ପ୍ରସାଦ ପତି,ଵିଜୟ ନାୟକ,ସ୍ମୃତିରଞ୍ଜନ ଦାସ,ଦେବାଶିଷ ପରିଡା,ବାବୁନା ଦାସ,ଗଜେନ୍ଦ୍ର ବେହେରା,ରଶାନନ୍ଦ ବେହେରା,ମଙ୍ଗରାଜ ସେଠୀ,ଶରତ ରାଉଳ,ବିଶ୍ୱରଂଜନ ସେଠୀ, ଅଭିରାମ ଦଳାଇ,ନିରଂଜନ ରାଉଳ, ଦିଲ୍ଲୀପ ସାହୁ,ପିଉଷ ରଂଜନ ପରିଡା,ଆନା ମହାନ୍ତୀ,ଗଯେନ୍ଦ୍ର ରାଉଳ,ସୁଦର୍ଶନ ଜେନା, ଅଶୋକ ସାମଲ,ଦିଲ୍ଲିପ ଜେନା,ବସନ୍ତ ପଣ୍ଡା,ଦୁର୍ଗା ପ୍ରସାଦ ମିଶ୍ର,ପ୍ରମୋଦ କୁମାର ସେଠୀ ପ୍ରମୁଖ ତାଙ୍କ ବାସୋଭବନରେ ପହଂଚି ଶୋକସଭା କରିବା ସହ ଅମର ଆତ୍ମାର ସଦଗତି ପାର୍ଥନା କରିଛନ୍ତି | ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଗଭୀର ଶୋକ ପ୍ରକାଶ କରିବାସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ