ରାୟଗଡ଼ରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମା ରାୟଗଡ ସ୍ଥିତ ଲଷ୍ମୀପୁର ଛକ ଠାରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକଙ୍କ ପୌରାହିତରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି l   ସୂଚନାଯୋଗ୍ୟ ଯେ, ଉକ୍ତ ବ୍ଲକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାବେଳେ ଏଠାରେ ବହୁ ପ୍ରତିଭା ରହି ଥିଲେ ମଧ୍ୟ ଭିତିଭୂମିର ଅଭାବ କାରଣରୁ ଅନେକ ଖେଳାଳି ନିଜ ଲକ୍ଷରେ ପହଞ୍ଚିବା ପୂର୍ବରୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଅନେକ ନଜିର ରହିଛି l ତେବେ ଦୀର୍ଘ ୪୦ ବର୍ଷର ସ୍ୱପ୍ନ ବାସ୍ତବରେ ପରିଣତ ହେବା ସହ ଅଞ୍ଚଳର ଯୁବବର୍ଗ ସମେତ ଆଗାମୀ ପିଢ଼ି ପାଇଁ ଏହି କାର୍ଯ୍ୟକ୍ରମ ମାଇଲଖୁଣ୍ଟ ସଦୃଶ ହେବ ବୋଲି ବିଡ଼ିଓ ରାଜ ରଞ୍ଜିତ ପ୍ରତାପ ବଳ କହିଛନ୍ତି l  ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କୁମାରୀ ଜେନା, ସହକାରି ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ  ଥାନାଧିକାରୀ ଗୋବିନ୍ଦ ଗୌଡ଼ , ସରପଞ୍ଚ ସୁଷମା ଶବର, କନିଷ୍ଠ ଯନ୍ତ୍ରୀ ଉମା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ