ସରପଞ୍ଚ ମାନଙ୍କୁ ଗୁରୁମନ୍ତ୍ର ଦେଲେ ଜିଲ୍ଲାପାଳ

ଛତ୍ରପୁର, (ଓ୍ବାଇଏନ୍ଏସ୍) : କି ଦିନ କି ରାତି ପଲ୍ଲୀରୁ ସହର ସବୁଠି ପହଂଚି ଯାଉଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । କେତେବେଳେ କେଉଁଠି ପହଚିଂବେ ତାହାର ହିସାବ ଖୋଜୁ ଖୋଜୁ ରକେଟ୍ ବେଗରେ ପହଂଚି ଯାଉଛନ୍ତି ସେ ଲୋକଙ୍କ ପାଖରେ । ବିଗତ ୪ ମାସ ଧରି ଏମିତି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳୁଛି ଗଞ୍ଜାମ ଜିଲ୍ଲାରେ । ଆଉ ସବୁଠି ଏହାକୁ ନେଇ ଚାଲିଛି ଚର୍ଚ୍ଚା । ଗୋଟାଏ ପଟେ ଜିଲ୍ଲାରେ ଅଢେଇ ଲକ୍ଷ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ଅନ୍ୟ ପଟେ ସଂକ୍ରମଣର ସଂଖ୍ୟା ବଢି ବଢି ଚାଲିଛି । ହେଲେ ସେଥିରେ ହତୋତ୍ସାହ ନହୋଇ କରୋନାର ମୁକାବିଲା କରିବା ପାଇଁ ଜିଲ୍ଲାପାଳ ସକାଳୁ ସଞ୍ଜ ମାଡ଼ି ମାଡ଼ି ଚାଲିଛନ୍ତି ଆଗକୁ ଆଗକୁ । କେତେବେଳେ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରୁଛନ୍ତି ତ କେତେବେଳେ ମେଡ଼ିକାଲ ଟିମ୍ ସହ ତ ଆଉ କେତେବେଳେ ପୁଲିସ ଟିମ୍ ସହ । ହେଲେ ଏସବୁ ଭିତରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରପଂଚ ଓ ସମିତି ସଭ୍ୟଙ୍କୁ ଭେଟି ସେମାନଙ୍କୁ କିଛି ଟିପ୍ସ ଦେବା ସହ ସେମାନଙ୍କ ଠାରୁ ପରାମର୍ଶ ନେବାକୁ ମଧ୍ୟ ଭୁଲି ନାହାନ୍ତି ସେ । ଆଜି ବାହୁଡ଼ା ଯାତ୍ରା ତଥାପି ସକାଳୁ ସକାଳୁ ଉଠି ଜିଲ୍ଲାପାଳ ଲାଗି ପଡ଼ିଛନ୍ତି ତାଙ୍କ ଦୈନନ୍ଦିନ ରୁଟିନ୍ କାମରେ । ଛତ୍ରପୁର ବ୍ଲକ ର ସରପଂଚ ଓ ସମିିତି ସଭ୍ୟ /ସଭ୍ୟାମାନଙ୍କ ସହ କରୋନାର ମୁକାବିଲା ନେଇ ଆଲୋଚନା କରିଛନ୍ତି ଜିଲ୍ଲାପାଳ । କିପରି ଜନସାଧାରଣ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଓ ହାତଧୁଆ ନିୟମକୁ ପାଳନ କରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ ସରପଂଚ ମାନଙ୍କୁ କହିଛନ୍ତି । ଗାଁ ଗାଁରେ କିପରି କୋଭିଡ୍ ର ପରିଚାଳନା କରାଯାଇପାରିବ ସେନେଇ ମଧ୍ୟ କହିଛନ୍ତି । ୱାର୍ଡ କମିଟି ଗଠନ, ୱାଟ୍ସଅପ ଗ୍ରୁପ ଏବଂ କୋଭିଡ କେୟାର ହୋମ ଉପରେ ମଧ୍ୟ ଜିଲ୍ଲାପାଳ ସରପଞ୍ଚ ମାନଂକୁ ପରାମର୍ଶ ଦେଇଛନ୍ତି l ଗାଁ ରେ ଅଯଥା ରେ ଟପରି ମାନେ ଏଣେ ତେଣେ ଘୁରି ବୁଲୁଛନ୍ତି ଏହା ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳ କହିଛନ୍ତି l ଲୋକେ କୋଭିଡ-୧୯ର ନିୟମ ଉଲଂଘନ କଲେ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ଆୟୋଜିତ ଛତ୍ରପୁର ବ୍ଲକ ର ଏକ ସମୀକ୍ଷା ବୈଠକରେ କହିଛନ୍ତି। ସାମାଜିକ ଦୂରତା, ମାକ୍ସ ଵ୍ୟଵହାର, ବାରମ୍ବାର ସାବୁନରେ ହାତ ଧୋଇବା, ପ୍ରବାସୀ ଶ୍ରମିକ ମାନେ ହୋମ କରୋଣ୍ଟାଇନ ରେ ରହିବା ପରେ ସେହି ପରିବାର ରେ କୌଣସି ସଦସ୍ୟଙ୍କ କରୋନା ଲକ୍ଷଣ ବାହାରିଲେ ତୁରନ୍ତ ତାଙ୍କୁ ପଞ୍ଚାୟତ କୋଭିଡ କେୟାର କୁ ପଠାଇବା, କୌଣସି ଲୋକ କରୋନା ସଂକ୍ରମିତ ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଚୟନ କରି କରୋଣ୍ଟାଇନରେ ରଖିବା ଏବଂ ପଜେଟିଭ ଲକ୍ଷଣ ଚିହ୍ନଟ ହେଲେ ସେମାନଙ୍କୁ କୋଭିଡ କେୟାର ହୋମ କୁ ପଠାଇବାର ବ୍ୟବସ୍ଥା କରିବା ଆଦିକୁ ନେଇ ଜିଲ୍ଲାପାଳ ଉପସ୍ଥିତ ଥିବା ସରପଞ୍ଚ ମାନଙ୍କୁ ବୁଧବାର ଗରୁମନ୍ତ୍ର ଦେଇଛନ୍ତି । ଦୋକାନୀ ମାନେ କୋଭିଡ -୧୯ନିୟମ କୁ ଅବାମାନନା କଲେ ୭ଦିନ ଦୋକାନ ସିଲ କରିବା ଏବଂ ପରେ ପୁଣି ନିୟମ ଉଲଂଘନ କଲେ ମାସେ ପର୍ଯ୍ୟନ୍ତ ଦୋକାନ ସିଲ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟପଟେ ଖେଳ ଚାଲିଥିବା ସ୍ଥାନ ରେ ଚଢ଼ଉ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ଉପରେ ଗୁରୁତ୍ୱ ଦେଇଥିଲେ। ସ୍ଥାନୀୟ ବ୍ଲକର ପଂଚାୟତ ପ୍ରତିନିଧି ମାନଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଉଚ୍ଚ ପ୍ରସଂଶା କରିଥିଲେ। ଲୋକେ କୋଭିଡ ନିୟମ କୁ ଯଦି ଠିକ ରୂପେ ମାନିବେ ତେବେ ପ୍ରଶାସନ କୌଣସି ଅଞ୍ଚଳ କୁ କଣ୍ଟେଟ ମେଣ୍ଟ ଜୋନ ଘୋଷଣା କରିବ ନାହିଁ ବୋଲି କହିଥିଲେ ଜିଲ୍ଲାପାଳ। ଏଥିରେ ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ , ଛତ୍ରପୁର ଥାନାଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଷ ବାବୁ, ଛତ୍ରପୁର ବ୍ଲକ ର ନିର୍ବାହୀ ଯନ୍ତ୍ରୀ ନିରଂଜନ ପଣ୍ଡା,ଜିପିଇ ଓ ଶହଦେବ ମହାରଣା, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁଶୀଲ ରେଡ୍ଡୀ, ଜିଲାପରିଷ ସଭ୍ୟ ପ୍ରମୋଦ କୁମାର ପ୍ରଧାନ, କଣମଣl ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀ, ପୋଡ଼ାପଦର ସରପଞ୍ଚ ପିତାମ୍ବର ପଣ୍ଡା, କାଳୀପଲ୍ଲୀ ସରପଞ୍ଚ ଶ୍ରୀରାମ ବେହେରା, ବଡ଼ ମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ, ଭିକାରିପଲ୍ଲୀ ସରପଞ୍ଚ ଧବଳେଶ୍ଵର ପ୍ରଧାନ, ଟାଙ୍ଗଣାପଲ୍ଲୀ ସରପଞ୍ଚ କୁମାରୀ ପ୍ରଧାନ, ନରେନ୍ଦ୍ରପୁର ସରପଞ୍ଚ ବାବୁଲା କୁମାର ବେହେରା, ଚମାଖଣ୍ଡି ସରପଞ୍ଚ ସୁସ୍ମିତା ପ୍ରଧାନ, ଵିପୁଲିଂଗି ସମିତି ସଭ୍ୟ ଜୟଦେବ ଲେଙ୍କା, ଅଗସ୍ତିନୂଆଗାଁ ସମିତି ସଭ୍ୟା ବାସନ୍ତୀ ଜାନି, ଚିକଲଖଣ୍ଡି ସରପଞ୍ଚଙ୍କ ପ୍ରତିନିଧି ଡି. ରାମସ୍ଵାମୀ ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚଙ୍କ ପ୍ରତିନିଧି ଲିଙ୍ଗରାଜ ପ୍ରଧାନ, ଆର୍ଯ୍ୟପଲ୍ଲୀ ସରପଞ୍ଚ ଙ୍କ ପ୍ରତିନିଧି ଏମ. ଗୁମାଲିଙ୍କ ସମେତ ବହୁ ପଂଚାୟତ ପ୍ରତିନିଧି ଅନ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ