ସହକାରୀ ଯନ୍ତ୍ରୀଙ୍କ ଅକାଳ ବିୟୋଗ ଶୋକର ଛାୟା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ଗଡଗୁଡ଼ା ପଞ୍ଚୟତ ସ୍ଥିତ ପେନେଲା ଗ୍ରାମର ସହକାରୀ ଯନ୍ତ୍ରୀ ପି.ପ୍ରବୀଣ କୁମାର (୩୦)ଙ୍କ ଅକାଳ ବିୟୋଗ ହୋଇଯାଇଛି । ଏହି ଖବରରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।ସୂଚନା ଯୋଗ୍ୟ ଯେ, କିଛିଦିନ ହେବ ତାଙ୍କର ପେଟ ବ୍ୟଥା ହେଉଥିଲା ଓ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଚିକିତ୍ସାରେ ଅବହେଳାରୁ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଥିଲା ବୋଲି କୁହାଯାଉଛି। ସେ ଜଣେ ମିଷ୍ଟଭାଷୀ ,ପରୋପକାରୀ ,ସମାଜସେବୀ ଭାବରେ ପରିଚିତ ଥିଲେ । ତେଣୁ ସାଧାରଣରେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ତାଙ୍କ ମର ଶରୀର ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ଓ ଆତ୍ମୀୟ ସ୍ୱଜନ ଶେଷ ଦର୍ଶନ କରିଥିଲେ। ପାଖରେ ବାପା ବିବେକାନନ୍ଦ ପ୍ରଧାନ , ମାଆ ନିରୁପମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ ସାନଭାଇ ପି ପ୍ରଣବ ମୁଖାଗ୍ନି ଦେଇଥିବାବେଳେ ପାରମ୍ପରିକ ରୀତିନୀତି ରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା ।


