ସ୍ଵଚ୍ଛ ଭାରତ ଏବଂ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ) : ଫୁଲବାଣୀ ବ୍ଲକ ଅନ୍ତର୍ଗତ ତୁଡ଼ିପାଜୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଵଛ ଭାରତ ଏବଂ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଡମସିଂ ଯୁବ ପରିଷଦ ପୁନ୍ଦାଲିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତୁଡ଼ିପାଜୁ ଗ୍ରାମ ପଂଚାୟତର ସରପଞ୍ଚ କୌଶଲ୍ୟା କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନାଏବ ସରପଞ୍ଚ ବିରାଜ କହଁର, ଡମସିଂ ଯୁବ ପରିଷଦ ପୁନ୍ଦାଲିର ସଭାପତି ସିମାଞ୍ଚଳ କହଁର, ସମ୍ପାଦକ ଅରୁଣ କୁମାର କହଁର ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ କମଳ ଲୋଚନ ଦେହୁରୀ, ମିନି କହଁର, ସିବେନ୍ଦ୍ର ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଯୁବକ ସଙ୍ଘର ସଭ୍ୟସଭ୍ୟା, ନେହରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ପ୍ରମୁଖ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀମାନଙ୍କୁ ଅବଗତ କରିଥିଲେ। ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ଉପସ୍ଥିତ ଅତିଥି ତଥା ଯୁବ ଭାଇ ଓ ଭଉଣୀମାନଙ୍କୁ ସ୍ୱାଗତ କରିଥିବା ବେଳେ ମିନି କହଁର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ଘୋଷଣା କରିଥିଲେ ।


