ହରଭଙ୍ଗି ଜଳସେଚନ ପ୍ରକଳ୍ପର ଜଳ ନିଷ୍କାସନ ପାଇଁ ଖୋଲିଲା ଡ୍ୟାମର ଦୁଇଟି ଗେଟ

ମୋହନା, (ଅଂଶୁମାନ ପଣ୍ଡା):ଲଗାଣ ବର୍ଷା ପରେ ହରଭଙ୍ଗି ଜଳ ଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ଜଳ ସେଚନ ବିଭାଗ ପକ୍ଷରୁ ଦୁଇଟି ଗେଟ ଖୋଲା ଯାଇଛି । ଗଜପତି ଜିଲ୍ଲା ଅଡ଼ବା ସ୍ଥିତ ହରଭଙ୍ଗୀ ଡ୍ୟାମରେ ୯୦ ପ୍ରତିଶତ ଜଳ ଗଛିତ ରହିଥିବା ବେଳେ ଲଗାଣ ବର୍ଷା ପରେ ବିଭିନ୍ନ ନଦୀରୁ ୬୫ କ୍ୱିଉସେକ ବନ୍ୟା ଜଳ ଡ୍ୟାମ ମଧ୍ୟକୁ ପ୍ରବେଶ କରିଛି l ଡ୍ୟାମରୁ ୧୦୦ କ୍ୱିସେକ୍ ଜଳ ନିଷ୍କାସନ ପାଇଁ ୮ ଟି ଗେଟ ମଧ୍ୟରୁ ଦୁଇଟି ଗେଟ ବୁଧବାର ଖୋଲା ଯାଇଛି । ହରଭଙ୍ଗୀ ଡ୍ୟାମର ନିମ୍ନ ଅବବାହିକାରେ ରହୁଥିବା ହରଭଙ୍ଗି ନୂଆସାହି, କରଡ଼ାପଙ୍କାଳ, ରାଇକଳା, ବେତେଗଣ୍ଡା ଓ ବାମଦେଇପଦା ଗାଁ ସମେତ ୧୦.ଖଣ୍ଡ ଗାଁକୁ ନଦୀ ଗର୍ଭକୁ ନ ଯିବା ପାଇଁ ଗ୍ରାମବାସୀକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି । ଦୁଇଟି ଗେଟର ୦.୫ ମିଟର ଖୋଲା ଯାଇଛି l ଆବଶ୍ୟକ ପଡିଲେ ଅଧିକ ଗେଟ ଖୋଲାଯିବ ବୋଲି ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ର ଅଧିକ୍ଷଣ ଯନ୍ତ୍ରୀ ଇ.ରାଜେଶ କୁମାର ପଣ୍ଡିତ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ