ସାନଖେମୁଣ୍ଡି ତହସିଲରେ ନୂତନ ତହସିଲଦାର ଙ୍କ ଦାୟୀତ୍ବ ଗ୍ରହଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ସ୍ତରରେ ଅଦଳବଦଳ ତାଲିକା ପ୍ରକାରେ ସାନଖେମୁଣ୍ଡି ତହସିଲଦାର ଡ଼ା ଶ୍ରୀନିବାସ ବେହେରାଙ୍କୁ ବ୍ରହ୍ମପୁର ଉନ୍ନୟନ ପରିଷଦକୁ ବଦଳି ହୋଇଥିବା ବେଳେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଜେ କଳ୍ପନାଙ୍କୁ ସାନଖେମୁଣ୍ଡି ତହସିଲଦାର ଭାବେ ବଦଳି ହୋଇଛି । ଏହା ସହ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ ଦୀପକ ଜେନାଙ୍କୁ ସାନଖେମୁଣ୍ଡିର ଅତିରିକ୍ତ ତହସିଲଦାର ଭାବେ ବଦଳି ହୋଇଅଛି । ଏହି ପରିପ୍ରେକ୍ଷୀରେ ଆଜି ନୂତନ ତହସିଲଦାର ଶ୍ରୀମତୀ କଳ୍ପନା ସାନଖେମୁଣ୍ଡି ତହସିଲଦାର ଭାବେ ଡାକ୍ତର ବେହେରାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଶ୍ରୀ ଜେନା ଅତିରିକ୍ତ ତହସିଲଦାର ଭାବେ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ବ୍ଲକ ସ୍ତରରେ କାର୍ଯ୍ୟରତ ସାମ୍ବାଦିକ ନ୍ୟୁ ପ୍ରେସକ୍ଲବ ସାନଖେମୁଣ୍ଡି ତରଫରୁ ସଭାପତି ପଦ୍ମ ଲୋଚନ ପାଣିଗ୍ରାହୀ ,ସମ୍ପାଦକ ସନ୍ତୋଷ କୁମାର ଦାସ, କୋଷାଦକ୍ଷ ଶିବରାମ ସ୍ବାଇଁ,କିରଣ ବେହେରା,ଫ୍ରାଫୁଲ ସାବତ,ରଘୁନାଥ ନାୟକ , ଅଜୟ କୁମାର ସ୍ବାଇଁ ପ୍ରମୁଖ ନୂତନ ତହସିଲଦାର ଏବଂ ଅତିରିକ୍ତ ତହସିଦାର ଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ