ସାନଖେମୁଣ୍ଡି ପି. ରାମଚନ୍ଦ୍ରପୁର ପଂଚାୟତ ଭା ଜ ପା ପକ୍ଷରୁ ପାର୍ଥି ପତ୍ର ଦାଖଲ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପି. ରାମଚନ୍ଦ୍ରପୁର ପଂଚାୟତ ରେ ଆସନ୍ତା ୧୧/୨/୨୦୧୧ ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ବିଜ୍ଞପ୍ତି ଜାରି କରିବା ପରେ ପାର୍ଥିପତ୍ର ଦାଖଲ ର ଦିତୀୟ ଦିନ ରେ ଭାରତୀୟ ଜନତାପାର୍ଟି ପକ୍ଷ ରୁ ପି. ରାମଚନ୍ଦ୍ରପୁର ଗ୍ରାମ ର ସନ୍ତୋସିନୀ ପ୍ରଧାନ ମନୋନୀତ କରିଛନ୍ତି।ସେ ଆଜି ଦଳୀୟ ସମର୍ଥକ ଗହଣ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ଓ ବି ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଏବଂ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ,ଜିଲ୍ଲା ପରିଷଦ ଗଦାଧର ସ୍ୱାଇଁ, ଘୁମୁସର ଜିଲ୍ଲା ଯୁବମୋର୍ଚ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ,ଚିନ୍ମୟ ରେଡ୍ଡୀ, ସୁନିଲ ପ୍ରଧାନ,ସୁଦର୍ଶନ ଚୌଧୁରୀ ଙ୍କ ସହ ଆସି ସାନଖେମୁଣ୍ଡି ବିଡ଼ିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଗାୟତ୍ରୀଦତ୍ତ ନାୟକ ଙ୍କୁ ପାର୍ଥିପତ୍ର ଦାଖଲ କରିଛନ୍ତି।ପ୍ରକାଶ ଥାଉ କି ୨୦୧୭ ପଂଚାୟତ ନିର୍ବାଚନ ରେ ପି.ରାମଚନ୍ଦ୍ରପୁର ର ସୁଲତା ନାୟକ ନିର୍ବାଚିତ ହୋଇଥିଲେ।ପଂଚାୟତ ର ଉର୍ଣ୍ଣୟନ ମୂଳକ କାର୍ଯ୍ୟ ରେ ମନୋମୁଖୀ କାର୍ଯ୍ୟକଳାପ ଓଆର୍ଡମେମ୍ବର ମାନଙ୍କୁ ନ ଜଣାଇ ସରକାରୀ ଅର୍ଥ ଖର୍ଚ କରିବା ନେଇ ସରପଂଚ ଙ୍କ ବିରୋଧ ରେ ୱାର୍ଡମେମ୍ବର ମନେ ଅନାସ୍ଥା ପ୍ରସ୍ତାବ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ଆଗରେ ପ୍ରସ୍ତାବ ଦେଇଥିଲେ।ଉପଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ ଗତ ୧୨ / ୦୩ / ୨୦୨୦ ପି.ରାମଚନ୍ଦ୍ରପୁର ପଞ୍ଚୟତ ସମ୍ଭିଳନି ପକ୍ଷ ରେ ସରପଂଚ ଙ୍କ ବିରୋଧ ରେ ୧୩ ଜଣ ୱାର୍ଡସଭ୍ୟ ଉପସ୍ଥିତ ରହି ମତ ସାବ୍ୟସ୍ତ କରିଥିଲେ ।ଯାହାଫଳ ରେ ସରପଂଚ ସୁଲତା ନାୟକ ପଦ ହରାଇଥିଲେ ଏବଂ ନାଏବ ସରପଂଚ ଏ. ରବୀନ୍ଦ୍ର ପତ୍ର ସରପଂଚ ଙ୍କ କାର୍ଯ୍ୟ ଗ୍ରହଣ କରିଥିଲେ ।


