ସାପ୍ତାହିକ ହାଟ ଓ ଦୈନିକ ବଜାର ମଧ୍ୟଦେଇ ଯାଇଥିବା ଆର୍.ଡି ରାସ୍ତାକୁ ଅବରୋଧ ମୁକ୍ତ ପାଇଁ ଦାବି

ଜଳେଶ୍ୱର,: ଜଳେଶ୍ୱର ମ୍ୟୁନିସିପାଲିଟୀର ସୋମବାର ସାପ୍ତାହିକ ହାଟ ଓ ଦୈନିକ ବଜାର ମଧ୍ୟଦେଇ ଯାଇଥିବା ଆର୍ଡି ରାସ୍ତା ଅବରୋଧ ହେଉଥିବା ଯୋଗୁଁ ଜନସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଦୈନିକ ବଜାରର ବ୍ୟବସାୟୀ ମାନେ ଡ୍ରେନ୍ ଭିତରକୁ ପରିତ୍ୟକ୍ତ ପଦାର୍ଥ ପକାଉଥିବାରୁ ପାଣି ନିଷ୍କାସନ ସଠିକ୍ ଭାବେ ହୋଇପାରୁ ନଥିବାରୁ ବର୍ଷାଦିନରେ ରାସ୍ତାରେ ଅପରିଷ୍କାର ପାଣି ଜମା ହେଉଥିବା ଅଭିଯୋଗ ହୋଇଛି । ଦୈନନ୍ଦିନ ରାସ୍ତାକଡ଼ରେ କୁକୁଡ଼ା କଟାଯାଉ ଥିବାରୁ ରକ୍ତ ଓ ପାଣି ରାସ୍ତା ଉପରକୁ ଆସି ଜମାହୋଇ ସେଠାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଦୈନିକ ବଜାର ଓ ହାଟରେ ଡଷ୍ଟବିନ୍ ନଥିବାରୁ ବ୍ୟବସାୟୀ ମାନେ ପଚାସଢ଼ା ଜିନିଷ ରାସ୍ତା ଉପରକୁ ଫୋପାଡ଼ି ଦେଉଛନ୍ତି । ଏହି ରାସ୍ତା ଅବରୋଧ ହେଉଥିବା ଯୋଗୁଁ ଦୀର୍ଘ ସମୟଧରି ସ୍କୁଲ ପିଲାମାନେ ଅଟକି ରହିବା ଓ ଠିକ୍ ସମୟରେ ଜନସାଧାରଣ ଟ୍ରେନ୍ ଧରି ନପାରିବା ଯୋଗୁଁ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥାଏ । ଏହି ରାସ୍ତାରେ ମାଛ ବ୍ୟବସାୟୀ ମାନେ ମାଛବୋଝେଇ ଟ୍ରକ୍ କୁ ଦୀର୍ଘ ସମୟଧରି ଠିଆ କରାଇ ମାଛ ଅନ୍ଲୋଡ୍ କରାଇବା ଓ ସେଠାରେ ମାଛପାଣି ରାସ୍ତା ଉପରେ ପଡ଼ୁଥିବାରୁ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ସମ୍ପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କୁ ସ୍ଥାନୀୟ ଜନସାଧାରଣ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ