ଜଳେଶ୍ୱରରେ ବିଶ୍ୱକର୍ମା ପୂଜା ମହାସମାରୋହରେ ଅନୁଷ୍ଠିତ

ଜଳେଶ୍ୱର, : ଜଳେଶ୍ୱର ଅଂଚଳର ବିଭିନ୍ନ ଶିଳ୍ପାନୁଷ୍ଠାନରେ ଆନନ୍ଦ ଓ ଉତ୍ସାହର ସହ ମହାସମାରୋହରେ ବିଶ୍ୱକର୍ମାଙ୍କର ପୂଜୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସହରର ନୂଆବଜାର ସ୍ଥିତ ବିଦ୍ୟୁତ୍ ଗ୍ରୀଡ୍,ଏଫ୍ସିଆଇ,ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ,ଆର୍ଡି ବିଭାଗ କାର୍ଯ୍ୟାଳୟ,ସେଖ୍ବାର୍ଡ଼ ସ୍ଥିତ ନେସ୍କୋ ବିଦ୍ୟୁତ୍ ନିର୍ବାହୀଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ,ପିକ୍ଅପ୍ ସଂଘ,ବସଷ୍ଟାଣ୍ଡ ଠାରେ ବସ୍ ମାଲିକ ସଂଘ,କାର୍ ସଂଘ ଓ ରେଳଷ୍ଟେସନ ନିକଟରେ ଅଟୋସଂଘ,ଦିଗମ୍ବରୀ ଦେବୀ ଆଇଟିଆଇ,ଜ୍ଞାନବିକାଶ ଆଇଟିଆଇ,ଜଳେଶ୍ୱର ଫାର୍ମାସୀ କଲେଜ,ସୁଧାଶ୍ରୀ ମିନେରାଲ ୱାଟାର, ବିଭିନ୍ନ ପେଟ୍ରୋଲ ପମ୍ପ ସମେତ ସହରର ସୁନାଗହଣା ଓ ଶଙ୍ଖା ଦୋକାନରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ