୨୪ ଘଣ୍ଟା ନ ପୁରୁଣୁ କଙ୍କ୍ରିଟ୍ ରାସ୍ତା ଫାଟି ଆଁ,ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ଜଳେଶ୍ୱର : ନିମ୍ନମାନର ନିର୍ମାଣକାର୍ଯ୍ୟ ଯୋଗୁଁ ଗୋପିମୋହନପୁର ପଂଚାୟତରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଗତ ରବିବାର ଦିନ ଢଳାଇ କରାଯାଇଥିବା ରାସ୍ତା ୨୪ ଘଣ୍ଟା ନ ପୁରୁଣୁ କଙ୍କ୍ରିଟ୍ ରାସ୍ତା ର ବିଭିନ୍ନ ସ୍ଥାନରେ ଫାଟି ଆଁ ହୋଇଥିବାରୁ ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ କପାସିଆ ରାସ୍ତାର ଗୋପିମୋହନପୁର ଠାରୁ ବର୍ତ୍ତନା ପର୍ଯ୍ୟନ୍ତ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ପୂର୍ତ୍ତବିଭାଗ ପକ୍ଷରୁ ଉକ୍ତ କଙ୍କ୍ରିଟ୍ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ନୀଳଗିରି ଇଂଜିନିୟରିଂ କୋଅପରେଟିଭ ସୋସାଇଟି ନାମକ ଏକ ସଂସ୍ଥା ନିର୍ମାଣକାର୍ଯ୍ୟ କରୁଛନ୍ତି । କଙ୍କ୍ରିଟ୍ ରାସ୍ତା ଫାଟି ଯାଉଥିବାରୁ ସ୍ଥାନୀୟ ଜନସାଧାରଣ ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ମାନସ କୁମାର ସେଠୀ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ତାଙ୍କ ପାଖରେ ଉକ୍ତ ରାସ୍ତା ଫାଟିବା ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗ ଆସିଥିବା ବେଳେ ଏହାର ତଦନ୍ତକରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ