ସାବିତ୍ରୀ ବ୍ରତକୁ ପାଚେରୀ ପକାଇଲା କରୋନା

ମୋହନା, (ଅଂଶୁମାନ ପଣ୍ଡା):ସେକାଳରେ ସତ୍ୟବାନଙ୍କୁ ବଂଚାଇବା ପାଇଁ ସାବିତ୍ରୀ ମାଗିଥିଲେ ଜମକୁ ଜୀବନ । କିନ୍ତୁ ବର୍ତମାନ ଏପିରି ବିପଦ ପଡିଛି ନା ରକ୍ଷା କରିପାରୁଛନ୍ତି ଜମ ନା ପୂଜା ପାଇପାରୁଛନ୍ତି ସତ୍ୟବାନ ନା ଭଗବାନ । ଏପରି ଫାଟକ ସୃଷ୍ଟି କରିଛି କରୋନା । ସତ୍ୟବାନ ଆଜି କ୍ୱାରେଂନଟାଇନ ଗୃହରେ ଏବଂ ସାବିତ୍ରୀ ଘରେ ବସିକି ଏକା କରୁଛି ଓଷା । ନିରୋଗ ଦିର୍ଘାୟୁ ହୋଇ ଘର ବାହୁଡା କେମିତି ହେବେ ସତ୍ୟବାନ ତାହା ରହିଛି ମନରେ ଆଶା । ମୋହନା ବ୍ଳକରେ ବିଭିନ୍ନ ସ୍ଥାନରେ ହିନ୍ଦୁ ଶାସ୍ତ୍ର ଅନୁସାରେ ସଧବା ନାରୀମାନେ ପାଳନ କରନ୍ତି ସାବିତ୍ରୀ ବ୍ରତ । ହେଲେ ସବୁ ବର୍ଷ ଭଳି ଏ ବର୍ଷ ପାଳନ ହୋଇ ପାରିଲା ନାହିଁ ସାବିତ୍ରୀ ବ୍ରତ । ମନ୍ଦିରରେ ଝୁଲିଲା ତାଲା, ଠାକୁରଙ୍କ ନିକଟରେ ଲଗାଗଲା ଫାଟକର ପରଦା, ଘରେ ଏକା ଏକା ପାଳନ କଲେ ସାବିତ୍ରି ଓଷା । ପୁଲିସ ପ୍ରଶାସନ ପହରା ଦେଇ ନିଜ ପରିବାରକୁ ଘରେ ଛାଡି ପାଳନ କରୁଛନ୍ତି ସାବିତ୍ରୀ ବ୍ରତ , ବ୍ଳକ ପ୍ରଶାସନ ପରିବାରକୁ ଛାଡି ଦୁଃଖରେ କାଟୁଛନ୍ତି ଦିନ । ଏପିରକି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀମାନେ ନିଜ ଘରେ ରହି ପାଳି ପାରିଲେ ସାବିତ୍ରୀ ଓଷା । ଏପିରି ସ୍ଥଳରେ ନିଜ ଦାୟିତ୍ୱକୁ ତୁଲାଇ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ନିଜ ଦାୟିତ୍ୱକୁ ଆଗରେ ରଖି କିଛି ସମୟ ପାଇଁ ନିଜ ସାବିତ୍ରୀ ଆଗରେ ଛିଡା ହୋଇ ପୁଣି କାର୍ଯ୍ୟରେ ବ୍ୟସ୍ତ । ବିଡିଓ ବଂଶିଧର ଖୋସଲା ମଧ୍ୟ ନିଜ କାର୍ଯ୍ୟରେ ବ୍ୟସ୍ତ ରହି ସାବିତ୍ରୀଙ୍କୁ ଦେଲେ କିଛି ସମୟ । ଏ ବର୍ଷ ଭଳି ସାବିତ୍ରୀ ଓଷା ଜୀବନର କେବେ ନଆସୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସାବିତ୍ରୀମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ