ସାମୁଦ୍ରିକ ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ ୬ ମତ୍ସ୍ୟଜୀବୀ ଅଟକ

ନିମାପଡ଼ା, (ସନ୍ତୋଷ ଦାଶ):ନଭେମ୍ବର ମାସ ପହିଲାରୁ ବହିରାଗତ ବିରଳ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଓ ଅଣ୍ଡାଦାନ ପ୍ରକ୍ରିୟା କୁ ସୁଗମ କରିବା ପାଇଁ ଜାରି କରାଯାଇଥିବା ସାମୁଦ୍ରିକ କଟକଣାକୁ ଟ୍ରଲର ମାଫିଆ ମାନେ ଉଲଙ୍ଘନ କରିଚାଲିଛନ୍ତି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ପି .ରାମସ୍ବାମୀ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଓଡ଼ିଶା ମେରାଇନ୍ ଫିଶିଂ ରେଗୁଲେସନ ଆକ୍ଟ (ଓମଫ୍ରା )୧୯୮୨ କୁ କଡାକଡି ପାଳନ କରିବାକୁ ସମସ୍ତ ବନାଞ୍ଚଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳ ସ୍ୱରୂପ ସାମୁଦ୍ରିକ କଟକଣା ଜାରି ହେବାର ଦୁଇ ଦିନ ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ଦୁଇଟି ଟ୍ରଲର ଅସ୍ତରଙ୍ଗ ସାମୁଦ୍ରିକ ନିଷିଦ୍ଧାଞ୍ଚଳରୁ ଜବତ କରାଯାଇଥିବା ବେଳେ ଆଜି ଆଉ ଏକ ଟ୍ରଲରକୁ ତଟରାକ୍ଷୀ ବାହିନୀ ସହଯୋଗରେ ଅସ୍ତରଙ୍ଗ ବନାଞ୍ଚଳ ଟିମ୍ ଓ ପୁଲିସ ଫୋର୍ସ ଟିମ୍ ଦେବୀ ମୁହାଣ ସନ୍ନିକଟ ସାମୁଦ୍ରିକ ନିଷିଦ୍ଧାଞ୍ଚଳରୁ ଜବତ କରିଛି।ଅସ୍ତରଙ୍ଗ ଅଞ୍ଚଳର ମା ‘ ଯାଜ୍ଞେଶ୍ୱରୀ ନାମକ ଟ୍ରଲରକୁ ଆଜି ଜବତ କରାଯାଇ ସେଥିରେ ଥିବା ୬ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି।ବନପାଳ ବିରଜା ମହାପାତ୍ର, ନିର୍ମଳ ପାତ୍ର,ଯୋଗେନ୍ଦ୍ର ପ୍ରଧାନ,ଶଶିକାନ୍ତ ସେଠୀଙ୍କ ସମେତ ଓଡ଼ିଶା ପୁଲିସ ଫୋର୍ସ ଏହି ପାଟ୍ରୋଲିଂ ରେ ସାମିଲ ଥିଲେ। ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ପହିଲା ଠାରୁ ଜୁନ୍ ପହିଲା ୬ ମାସ ଧରି ସମୁଦ୍ର କୂଳ ଠାରୁ ୨୦କି.ମି ସାମୁଦ୍ରିକ ଜଳସୀମାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ଯନ୍ତ୍ରଚାଳିତ ମାଛଧରା ଟ୍ରଲର ଓ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି।ଅଲିଭ ରି଼ଡ଼ଲେଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ବିଜ୍ଞପ୍ତି ସଂଖ୍ୟା- ୧୮୯୪/୦୪.୧୨.୨୦୦୫ ରେ ଯାନ୍ତ୍ରିକ ଉପାୟରେ ମାଛ ଧରୁଥିବା ସମସ୍ତ ମାଛଧରା ଢଙ୍ଗା, ଟାପା ଓ ଟୁଲର ଚଳାଚଳକୁ ଏହି ସମୟ ଅବଧି ମଧ୍ୟରେ ନିର୍ଦ୍ଧିଷ୍ଟ ସାମୁଦ୍ରିକ ଜଳସୀମା ମଧ୍ୟରେ ନିଷେଧ କରାଯାଇଛି। ଜବତ ଟ୍ରଲର କୁ ବନ ବିଭାଗ ମତ୍ସ୍ୟ ବିଭାଗ କୁ ହସ୍ତାନ୍ତର କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ