ସିଡିପିଓ କାର୍ଯ୍ୟାଳୟରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ପାରାଦୀପ, (ପୀତବାସ ପ୍ରଧାନ) :-କୁଜଙ୍ଗ ବ୍ଲକ୍ସ୍ତରୀୟ ଶିଶୁ ସୁରକ୍ଷା କମିଟି ଓ ବ୍ଲକ୍ ଟାସ୍କ ଫୋର୍ସ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହର ପ୍ରତିରୋଧର ତ୍ରୟ ମାସିକ ବୈଠକ ମହିଳା ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ମହିଳା ଶିଶୁ ବିକାଶ ଅଧିକାରିଣୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ହୋଇଥିବା ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ, କୁଜଙ୍ଗ ବ୍ଲକ୍ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଡାକ୍ତର ସାଗର ବେହେରା, ତପନ କୁମାର ଗୋଛାୟତ, ବ୍ଲକ୍ ପ୍ରକଳ୍ପ ସଂଯୋଜକ ମମତା ପ୍ରିୟଦର୍ଶିନୀ, ସହ ସଂଯୋଜକ ପ୍ରଦୀପ ବେହେରା, ସନ୍ଧ୍ୟାରାଣୀ ସାହୁ, ମନୋରମା ମହାପାତ୍ର, ସୁପରଭାଇଜର୍ କଳ୍ପନା ବାରିକ, ସ୍ମୃତିପ୍ରଜ୍ଞା ମହାପାତ୍ର, ଜାଗ୍ରୁତି ବେହେରା, ଅଙ୍ଗନବାଡି କର୍ମୀ ସଶ୍ମିତା ଦାସ, ଜ୍ୟୋତି ଫେଡେରେସନ୍ ସମ୍ପାଦିକା ତପସ୍ୱିନୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଶିଶୁ ଅଧିକାର, ବିକାଶ, ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ ।


