ସୀତା ବେହେରାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ବଉଳସାହି ଗ୍ରାମର ପରୋପକାରୀ ମହିଳା ସ୍ୱର୍ଗତା ସୀତା ବେହେରାଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ସେ ଜଣେ ପରୋପକାରୀ, ସ୍ନେହୀ ମଣିଷ ଥିଲେ । ତାଙ୍କର ଅନାବିଳ ସ୍ନେହ, ଶ୍ରଦ୍ଧା ଓ ତ୍ୟାଗ ପାଇଁ ଆଜି ସମଗ୍ର ଗ୍ରାମବାସୀ ତାଙ୍କୁ ମନେ ପକାଇଛନ୍ତି । ପ୍ରାରମ୍ଭରେ ସ୍ୱର୍ଗତା ବେହେରାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ଏଥିରେ ପୁତ୍ର ଇଂ.ଗୋପାଳ ଚନ୍ଦ୍ର ବେହେରା, ସୁବାଷ ଚନ୍ଦ୍ର ବେହେରା, ମକରଧ୍ୱଜ୍ ଲେଙ୍କା, କାଳନ୍ଦି ବେହେରା, ଗୀତା ବେହେରା, ଆଶାମଣି ବେହେରାଙ୍କ ସମେତ ପରିବାରବର୍ଗ ଓ ନାତିନାତୁଣୀ ମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ