ସୁସ୍ମିତାଙ୍କ ଜବରଦସ୍ତ ଲେଉଟାଣି

ବଲିଉଡ୍ ଅଭିନେତ୍ରୀ ତଥା ପୂବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ ଅଭିନୟ ଜଗତକୁ ପୁଣି ଥରେ ଲେଉଟିବାକୁ ପ୍ରସ୍ତୁତ। ସେ ତାଙ୍କର ଆଗାମୀ ୱେବ୍‌ ସିରିଜ୍‌ରେ ତାଙ୍କ ଚରିତ୍ରର ପ୍ରଥମ ଝଲକକୁ ଶେୟାର କରିଛନ୍ତି। ସୁସ୍ମିତାଙ୍କୁ ଶେଷ ଥର ପାଇଁ ୨୦୧୫ରେ ରିଲିଜ୍ ହୋଇଥିବା ବଙ୍ଗଳା ଫିଲ୍ମ ’ନିର୍ବାକ’ରେ ଦେଖିବାକୁ ମିଳିଥିଲା। ସୁସ୍ମିତା ତାଙ୍କ ଆଗାମୀ ୱେବ୍‌ ସିରିଜ୍‌ ’ଆର୍ୟା’ର ଏକ ଫଟୋ ଓ ଏକ ଭିଡ଼ିଓ ସୋସାଲ୍‌ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡ଼ିଓ ଶେୟାର କରିବାର ମାତ୍ର ୪ଘଣ୍ଟା ମଧ୍ୟରେ ଏହାକୁ ୧ ଲକ୍ଷ ୮୦ ହଜାର ଲୋକେ ଦେଖି ସାରିଲେଣି।
ଇନ୍‌ଷ୍ଟ୍ରାଗ୍ରାମ୍‌ରେ ଏକ ଛୋଟ ଭିଡ଼ିଓ ଶେୟାର କରି ସେ ଲେଖିଛନ୍ତି ଯେ ଆପଣମାନେ ଡାକିଲେ, ମୁଁ ଚାଲି ଆସିଲି। ଏହାପରେ ସେ ୱେବ୍‌ ସିରିଜ୍‌ ସମ୍ପର୍କରେ ପଚାରିଛନ୍ତି ଯେ ଆପଣମାନଙ୍କୁ କ’ଣ ଲାଗୁଛି, ହାଶ୍‌ଟ୍ୟାଗ୍ ଆର୍ୟାର କାହାଣୀ କାହାକୁ ନେଇ ହୋଇଛି? କମେଣ୍ଟ୍‌ କରି ମତେ ଜଣାନ୍ତୁ ଓ ଯେଉଁ ଲକି ବିଜେତା ଠିକ୍ ଅନୁମାନ କରିପାରିବେ, ଖୁବ ଶୀଘ୍ର ଇନ୍‌ଷ୍ଟ୍ରାଗ୍ରାମରେ ମୋ ସହ ଲାଇଭ୍ ଆସିପାରିବେ ବୋଲି ସୁସ୍ମିତା ଲେଖିଛନ୍ତି ଏହି ଭିଡ଼ିଓରେ ସୁସ୍ମିତା ଏରିଅଲ୍‌ ଓ୍ୱାର୍କ ଆଉଟ୍ କରୁଥିବା ଦେଖିବାକୁ ମିଳିଛି। ସେହିପରି ଶେଷରେ ଦର୍ଶକଙ୍କୁ ତାଙ୍କ ଉଗ୍ର ରୂପର ଝଲକ ଦେଖିବାକୁ ମିଳୁଛି। ସେ କହିଛନ୍ତି ଯେ ତାଙ୍କ ଦୁନିଆରେ ଏପଟ ସେପଟ କରିବା ପାଇଁ ନୂଆ ଘର, ନୂଆ ରଶି ହାଶଟ୍ୟାଗ୍ ଫାଷ୍ଟ ଲୁକ୍। ସୁସ୍ମିତା କହିଛନ୍ତି ଏହି ୱେବ୍‌ ସିରିଜ୍‌ ଟ୍ରେଲର୍‌ ୫ ଜୁନ୍‌ରେ ରିଲିଜ୍ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ