ସେଂଟର ଅଫ୍ ଏକ୍ସିଲେନ୍ସି ଘୋଷିତ ୨ ବିଦ୍ୟାଳୟର ଭିିତିଭୂମି ଯାଂଚ କଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ରାଜ୍ୟର ସମସ୍ତ ବିଦ୍ୟାଳକୁ ଆସନ୍ତା ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବନ୍ଦ ରଖିବା ସକାଶେ ନିର୍ଦ୍ଦେଶ ଦିଆଯାଇଛି । ଉପଯୁକ୍ତ ରକ୍ଷଣାବେକ୍ଷଣା ଅଭାବରୁ ବିଦ୍ୟାଳୟର ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହେବାକୁ ବସିଛି । ସେଂଟର ଅଫ୍ ଏକ୍ସିଲେନ୍ସି ଘୋଷିତ ହୋଇଥିବା ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ହିଞ୍ଜିଳିକାଟୁ ପୌରାଂଚଳର ୨ଟି ଉଚ୍ଚ ବିଦ୍ୟାଳୟ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଏନଏସି ହାଇସ୍କୁଲକୁ ବୁଧବାର ଘୋଷଣା କରାଯିବା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁ ପୌରାଂଚଳ ଗ୍ରସ୍ତରେ ଆସି ସଂପୃକ୍ତ ୨ ଉଚ୍ଚ ବିଦ୍ୟାଳୟର ଭିତିଭୂମି ଯାଂଚ କରିଥିଲେ । ସଂପୃକ୍ତ ୨ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଦ୍ୟାଳୟ କମ୍ପ୍ୟୁଟର ଲ୍ୟାବ, ପାଠାଗାର ଓ ଅନ୍ୟାନ ସାମଗ୍ରୀରେ ଧୂଳିର ଆସ୍ତରଣ ଦେଖି ବିରକ୍ତ ଭାବ ପ୍ରକାଶ କରିବା ସହ ବିଦ୍ୟାଳୟ ସମ୍ପତିର ରକ୍ଷଣାବେକ୍ଷଣା ଅଭାବରୁ କୌଣସି ସାମଗ୍ରୀ ନଷ୍ଟ ହେଲେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ/ ପ୍ରଧାନଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କୁଲାଙ୍ଗେ ତାଗିଦ କରିଥିଲେ । ଏ ନେଇ ଜିଲ୍ଲାର ସମସ୍ତ ବିଦ୍ୟାଳୟକୂ ସୂଚନା ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକୁ ଅଚାନକ ପରିଦର୍ଶନ କରାଯିବା ସହ ବିଦ୍ୟାଳୟର ସମସ୍ତ ବିଷୟ ଉପରେ ନିରୀକ୍ଷଣ କରାଯିବ ବୋଲି ଜିଲ୍ଲାପାଳ କୁଲାଙ୍ଗେ କହିଛନ୍ତି ।  ସଂପୃକ୍ତ ୨ ଉଚ୍ଚ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ସଂଖ୍ୟା, ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ସଂଖ୍ୟା, ଶିକ୍ଷାର୍ଥୀଙ୍କ ଅନୁପାତରେ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶ୍ରେଣୀ ପ୍ରକୋଷ୍ଠ , ଶୌଚାଳୟ, କ୍ରୀଡ଼ା ଓ ବିଦ୍ୟାଳୟର ଅନ୍ୟାନ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥାର ତଦାରଖ କରିଥିଲେ । ପରେ ସଂପୃକ୍ତ ୁବିଦ୍ୟାଳୟର ଅନ୍ୟାନ ଉନ୍ନତିକରଣ ସକାଶେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ । ଉଭୟ ବିଦ୍ୟାଳୟର ଡ଼୍ରୋନସର୍ଭେ ସହ ସ୍କେଚମ୍ୟାପ୍ ପ୍ରସ୍ତୁତ କରି ରିପୋର୍ଟ ପ୍ରଦାନ କରିବାକୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ଡ଼ିଇଓ ଅମୂଲ୍ୟ ପ୍ରଧାନ, ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାହୁ, ବିଇଓ ବସନ୍ତ କୁମାର ପଣ୍ଡା, ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ଏନ.ଏ.ସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତି ପାତ୍ର, ପ୍ରକ୍ତନ ପ୍ରଧାନ ଶିକ୍ଷକ ଭୀମସେନ ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ