ସୋମବାର ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ ): ସୋମବାର ଦିନ କନ୍ଧମାଳ ବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲତ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ,ରାଜ୍ୟ ସରକାରଙ୍କ ଏହି ଭଳି ପ୍ରୟାସ ଯୋଗୁଁ ଗରିବ ଲୋକେ ଅର୍ଥାଭାବରୁ ଚିକିତ୍ସା କରାଇ ନ ପାରିବାର ଭୟ ଦୁର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା ଏବେ ଗରିବଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହୋଇପାରିଛି । ଏହା ସହିତ ବିଭିନ୍ନ ପ୍ରକଳ୍ପ ର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ସୋମବାର ହେଲିକେପ୍ଟର ଯୋଗେ ପୂର୍ବାହ୍ନ ୧୧ଟା ବେଳେ ଆସି ଫୁଲବାଣୀ ସ୍ଥିତ ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ସହ କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହେଲତ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ l ଏହି ଯୋଜନାରେ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକ ଓ ୩ଟି ପୌରାଞ୍ଚଳରେ ୧ ଲକ୍ଷ ୬୫ ହଜାର ୯୭ ଜଣ ହିତାଧିକାରୀ ସ୍ମାର୍ଟ ସ୍ୱାସ୍ଥ୍ୟସେବା ପାଇବେ । ଯେଉଁଥିରେ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚର ସୁବିଧା ରହିଛି । ଦେଶର ୨ ଶହ ବଡ ବଡ ବଛା ବଛା ହସପିଟାଲ ରେଏହି ସ୍ମାଟ ହେଲତକାର୍ଡ ମାଧ୍ୟମରେ ଚିକିତ୍ସା ସେବା ପାଇ ପାରିବେ ଗରୀବ ଲୋକେ ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କର। ଯିବ ବୋଲି କୁହାଯିବା ପରେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ ବୋଲି ପୋଲିସ ଅଧିକାରୀ କହିଛିନ୍ତି । ମୁଖ୍ୟମନ୍ତ୍ରୀଙ୍କ କIର୍ଯ୍ୟକ୍ରମରେ ମାତ୍ର ୨୫୦ ଜଣ ହିତାଧିକାରୀ ଙ୍କୁ ସ୍ମାର୍ଟ ହେଲତ କାର୍ଡ ବଣ୍ଟନ କରାଯିବ I ମୁଖ୍ୟମନ୍ତ୍ରୀ କେବଳ ୮/୧୦ ଜଣଙ୍କୁ ପ୍ରଦାନ କରିବାବେଳେ ବାକି ଉପସ୍ଥିତ ମନ୍ତ୍ରୀ, ଓ ସାଂସଦମାନେ ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାଖାପାଖି ୨୦ ପ୍ଲାଟୁନ ପୋଲିସ ସମେତ ଅତିରିକ୍ତ ଏସପି, ଡିଏସପି ,ଆଇଆଇସି,ଏସଆଇ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା ସମଗ୍ର କନ୍ଧମାଳ ଜିଲ୍ଲାର ୬ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ମୁହଁରେ ହସ ଫୁଟାଇଵ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ