ସୌଦାମିନୀ ହତ୍ୟା ଘଟଣାର ନ୍ୟାୟ ଦାବି କରି ୩୯ ଦିନରେ ପହଁଚିଲା ଅନଶନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀର ହତ୍ୟା ଘଟଣା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ସମୁଖରେ ଚାଲୁ ରହିଥିବା ରିଲେ ଅନଶନ ଆଜି ୩୯ ଦିନରେ ପହଞ୍ଚିଲା. ଗଜପତି ପ୍ରଶାସନ ଓ ପୋଲିସ ସମ୍ପୃକ୍ତ ଘଟଣା ନେଇ କୌଣସି ପଦକ୍ଷେପ ଗ୍ରହଣ ନ କରିବା ପ୍ରତିବାଦରେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ସ୍ଥିର ହୋଇଥିବା ସୂଚନା ମିଳିଛି. ପାରଳାଖେମୁଣ୍ଡି ନବଦୋୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀକୁ ହତ୍ୟା କରି ସୁପରୀକଳ୍ପିତ ଭାବେ ଫାଶୀ ହୋଇ ଆତ୍ମହତ୍ୟା କରିଥିବା ଗତ ଫ୍ରେବୁଆରି ୧୯ ତାରିଖରେ ଦର୍ଶା ଯାଇଥିଲା. ଯାହାକୁ ପରିବାରବର୍ଗ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଦର୍ଶାଇ ପାରଳା ଥାନାରେ ଲିଖିତ ଅଭିଯୋଗ କରି ଏଥିରେ ସଂମ୍ପୃକ୍ତ ଦୋଷୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ରଖିଥିଲେ. ଦୀର୍ଘ ଦିନ ପରେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିଵା ପ୍ରତିବାଦରେ ସୌଦାମିନୀଙ୍କ ମାତା ସୁଜ୍ଞାନୀ ଗମାଙ୍ଗ କିଛି ପରିବାର ବର୍ଗ ଏବଂ ପାରଳାଖେମୁଣ୍ଡିର ସିପିଆଇଏମ ଦଳର ସହଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ରିଲେ ଅନଶନ ଗତ ମାର୍ଚ୍ଚ ୨୫ ତାରିଖ ଦିନ ଆରମ୍ଭ କରିଥିଲେ. ଏହି ରିଲେ ଅନଶନ ଆଜି ୩୯ ଦିନରେ ପହଂଚିଛି. ହେଲେ ପ୍ରଶାସନ କୌଣସି ଭାବେ ଘଟଣାକୁ ନେଇ କର୍ଣପାତ ନ କରି ଚୁପ ହୋଇ ବସି ରହିଛନ୍ତି ବୋଲି ରିଲେ ଅନଶନରେ ଧାରଣାରତ ସୁଜ୍ଞାନୀ ଗମାଙ୍ଗ, ଦଣ୍ଡପାଣି ରଇତ, ଡି. ଭେଙ୍କେଟ ରାଓ, ଭି. ଜେମ୍ସ, ମୋହିତ ମିଶାଲ, ଏମୁ ବାଙ୍ଗାରି, ଗୋକୁଳ ଦଳ ବେହେରା, ସୁନାମ ମଣ୍ଡଳ, କେ ବାଲକ୍ରିଷ୍ଣା ପ୍ରମୁଖ ଅଭିଯୋଗ କରି ପ୍ରବଳ ଅସନ୍ତୋଷ ବ୍ୟକ୍ତ କରି ଗଜପତି ପ୍ରଶାସନ ଓ ପୋଲିସକୁ କଟୁ ସମାଲୋଚନା କରିଛନ୍ତି. ଏମାନେ ଦାବି କରିଛନ୍ତିଯେ ଗଜପତି ପ୍ରଶାସନ ଓ ପୋଲିସ ସୌଦାମିନୀ ହତ୍ୟା ଘଟଣାରେ ସଂମ୍ପୃକ୍ତ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ରିଲେ ଅନଶନ ଆନ୍ଦୋଳନକୁ ଆମରଣ ଅନଶନ ଆନ୍ଦୋଳନରେ ପରିଣତ କରାଯାଇ ଜିଲ୍ଲା ବ୍ୟାପୀ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ