ସୌମ୍ୟ ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ଓ କୃଷ୍ଣ ବେହେରା ମୁଖପାତ୍ର ଭାବେ ମନୋନୀତ

ନିମାପଡ଼ା, (ସନ୍ତୋଷ ଦାଶ):ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଯୁବ ଓ ଛାତ୍ର ମାନଙ୍କୁ ବିଭିନ୍ନ ସାଂଗଠନିକ ପଦବୀରେ ନିଯୁକ୍ତି ଦିଆଯାଇଛି। ଏହି ଅବସରରେ ପୁରୀ ଜିଲ୍ଲାର ଛାତ୍ର କଂଗ୍ରେସ କାର୍ଯ୍ୟକାରୀ କମିଟି ଘୋଷଣା କରାଯାଇଛି। ଓଡ଼ିଶା ଛାତ୍ର କଂଗ୍ରେସ ପ୍ରଭାରୀ ତଥା ଜାତୀୟ କଂଗେସ ସମ୍ପାଦିକା ମିସ୍ ଅନୁଲେଖା ବୁସାଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍ ନୂତନ କମିଟି ସଭ୍ୟ ମାନଙ୍କ ନାମ ଶନିବାର ଘୋଷଣା କରିଛନ୍ତି। ଏହି କ୍ରମରେ କୋଣାର୍କ ଏନଏସି ଛାତ୍ର କଂଗ୍ରେସ ସଂଗଠନର ଯୁବ ନେତା ସୌମ୍ୟ ଲେଙ୍କାଙ୍କୁ ଜିଲ୍ଲା ଛାତ୍ର କଂଗ୍ରେସ ଉପ ସଭାପତି ଭାବେ ମନୋନୀତ କରାଯାଇଛି। ସୌମ୍ୟ ଜଣେ ଦକ୍ଷ ଛାତ୍ର ନେତା ସେ କଂଗ୍ରେସ ସଙ୍ଗଠନରେ ଦକ୍ଷତା ସହ କାର୍ଯ୍ୟ କରିବା ସହିତ ବିଗତ ପୌର ନିର୍ବାଚନରେ ଅନେକ ସାଂଗଠନିକ କାର୍ଯ୍ୟ ସୁଚାରୁ ରୁପେ ତୁଲାଇ ଥିବାରୁ ତାଙ୍କୁ ନୂତନ ଦାୟୀତ୍ବ ପ୍ରଦାନ କରାଯାଇଛି। ଏନେଇ ସେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର, କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ମୁଖ୍ୟ ବିଶ୍ଵ ଭୂଷଣ ଦାସ ଓ କୋଣାର୍କ ନଗର କଂଗ୍ରେସ ଯୁବ ସଭାପତି ସ୍ବାଧୀନ କୁମାର ନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେହିପରି ଗୋପ ବ୍ଲକ ସୂତନ ପଞ୍ଚାୟତ ଟିକନା ଗ୍ରାମ ର କୃଷ୍ଣ ଚନ୍ଦ୍ର ବେହେରା ଙ୍କୁ ଜିଲ୍ଲା ଛାତ୍ର କଂଗ୍ରେସ ର ମୁଖପାତ୍ର ଭାବେ ମନୋନୀତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ