ସ୍କ୍ରପିଓରେ ଛେଳି ଲୁଟ୍ ଅଭିଯୋଗ
ଭଂଜନଗର,(ସନ୍ତୋଷ କୁମାର ଜେନା): ଗତକାଲି ବିଳମ୍ବିତ ରାତିରେ ବରଗାଁର ଉଦୟ ଗୈାଡଙ୍କ ଗୁହାଳରୁ କିଛି ଛେଳି ଗୁଡିକୁ ଦୁବୁର୍ତ୍ତ ଚୋରିକରି ସ୍କ୍ରପିଓ ରେ ନେଇଥିବା ଅଭିଯୋଗ ହୋଇଛି । ଏନେଇ ଉଦୟ ଜଗନ୍ନାଥ ପ୍ରସାଦ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୪ ରୁ ୫ ଦୁବୁର୍ତ୍ତ ଦୁଇଟି ସ୍କ୍ରପିଓ ଗାଡିରେ ଆସିଥିବା ବେଳେ ଗୋଟିଏ ଗାଡିରେ କିଛି ଛେଳି ଭର୍ତ୍ତିକରିଥିବା ବେଳେ ଛେଳି ମାନଙ୍କର ବୋବାଳି ଶବ୍ଦ ଶୁଣି ଉଦୟ ନିଦରୁ ଉଠିଦେଖିଥଲେ। ଏହା ପରେ ଦୁର୍ବୁତ୍ତ ମାନେ ମାରଣାସ୍ତ୍ର ଦେଖାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଅନ୍ୟ ପଟେ ଗୋଟିଏ ସ୍କ୍ରପିଓ ଗାଡିକୁ ଛାଡିଚାଲିଯାଇଛନ୍ତି । ପୋଲିସ ଗାଡିଟିକୁ ଜବତ କରିବା ସହ ତଦନ୍ତ ଜାରୀ ରଖିଛି ।


