ସ୍ନାତକୋତ୍ତର ଓଡ଼ିଆ ବିଭାଗ ର ସ୍ୱାଗତ ସମ୍ବର୍ଦ୍ଧନା ସଭା

ଚିକିଟି, (କୁରେସ ସାହୁ):ସ୍ଥାନୀୟ ଚିକିଟି ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି ।ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କୁମାର ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ବଳନ କରି ବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଫେସର ଡ଼ଃ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚିକିଟି ର ଗୌରବମୟ ଐତିହ୍ୟ ପ୍ରବର୍ତ୍ତିତ ବିଶ୍ୱର ଐକ୍ୟଭୂମି ପାଲଟି ଯିବା ସହ ଏ ମାଟିର ମହକ ସମ୍ପ୍ରତି ମାନବ ଜୀବନ କୁ ନୂତନ ଜୀବନୀ ଶକ୍ତି ଯୋଗାଇପାରିଛି ବୋଲି କହିଥିଲେ ।ଚିକିଟି ତହସିଲଦାର ଶ୍ରୀ ହର ପ୍ରସାଦ ଭୋଇ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଭକ୍ତ ଓ ଭଗବାନ ଙ୍କ ଭାବମୟ ସମ୍ପର୍କ କୁ ନିଜ ଭାଷଣ ରେ କହିଥିଲେ ।ଅଧ୍ୟାପକ ଡ଼ଃ ସଞ୍ଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ପ୍ରକାଶ ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।ସ୍ନାତକୋତ୍ତର ଦ୍ବିତୀୟ ବର୍ଷର ବିଦ୍ୟାର୍ଥୀ ପ୍ରଥମ ବର୍ଷର ବିଦ୍ୟାର୍ଥୀ ଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।ଶେଷରେ ଅଧ୍ୟାପକ ଡ଼ଃ ବିଶ୍ୱନାଥ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ