ଗୋବରାରେ ମାଆ ଶ୍ୟାମାକାଳୀଙ୍କ ପୂଜା ପାଇଁ କଳସ ଯାତ୍ରା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡକ ସ୍ଥିତ ଶ୍ରୀ କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି ଚଳିତ ବର୍ଷର ମାଆ ଶ୍ୟାମାକାଳୀଙ୍କ ପୂଜା ଉତ୍ସବ I ଏହି ଅବସରରେ ଗୋବରା ଗ୍ରାମରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଆଜି କଳସ ଯାତ୍ରା ସହିତ ପୂଜା ମଣ୍ଡପରେ ମଣ୍ଡଳା ଭରଣ,ନ୍ୟାସ ପୂଜା, ମୃଣ୍ମୟ ଜୀବଦାନ ଏବଂ ଆଳତୀ ଅନୁଷ୍ଠିତ ହୋଇଯାଇଛି I ଏହି ପୂଜା ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଏବଂ ଶୁକ୍ରବାର ଦିନ ଦେବୀଙ୍କ ବିସର୍ଜ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏହି ଅବସରରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରସାଦ ସେବନ ଭଳି କାର୍ଯ୍ୟକ୍ରମମାନ ଆୟୋଜିତ ହେବ ବୋଲି ସୂଚନା ମିଳିଛି I ମାଆଙ୍କ ପୂଜା ଦେଖିବାକୁ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଥିବା ବେଳେ ଆଗାମୀ ଦିନ ମାନଙ୍କରେ ଭକ୍ତଙ୍କ ଗହଳି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି I କାର୍ଯ୍ୟକ୍ରମର କର୍ତ୍ତା ଭାବେ କୈଳାସ ଚନ୍ଦ୍ର ସାହୁ ଏବଂ କବି ନାୟକ ଦାୟିତ୍ୱ ତୁଲାଉଥିବା ବେଳେ କପିଳେଶ୍ଵର ଯୁବକ ସଂଘ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି I କାର୍ଯ୍ୟକ୍ରମରେ ଗୋବରା ଗ୍ରାମବାସୀ ସହଯୋଗ କରୁଛନ୍ତି I


