ସ୍ୱର୍ଗତ ପଦ୍ମଚରଣ ନାୟକଙ୍କ ୪ର୍ଥ ବାର୍ଷିକ ଶ୍ରାଦ୍ଧୋତ୍ସବ ପାଳିତ
କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରାପଡାର ଅନ୍ୟତମ ବରିଷ୍ଠ ରାଜନେତା,ସମାଜସେବୀ ତଥା ସମବାୟବିତ୍ ସ୍ୱର୍ଗତ ପଦ୍ମଚରଣ ନାୟକଙ୍କ ୪ର୍ଥ ବାର୍ଷିକ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ଗୁଲନଗର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମଚରଣ ନାୟକ ସ୍ମୃତି କମିଟିର ସଭାପତି ମହମ୍ମଦ ଆକବର ଅଲ୍ଲୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ଦେବାଶିଷ ପଟ୍ଟନାୟକ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା,ବାସୁଦେବ ଦାସ, ଭଜକୃଷ୍ଣ ରାଉତ, ଇଶ୍ୱର ଚନ୍ଦ୍ର ସାହୁ, ନକୁଳ ଚରଣ ସାହୁ, ଭରତ ଚନ୍ଦ୍ର ସାହୁ, ରବିନାରାୟଣ ରଥ, ନଳିନୀ ପୃଷ୍ଟି,ଦେବାଶିଷ କୁବେର,ବାବାଜୀ ଧଳ, ମୁକ୍ତାର ଖାଁ, ଶରତ ବେହୁରା , ଶିକ୍ଷାବିତ୍ ଅଜୟ ସାମଲ, ଫକିର ଚରଣ ଖଟୁଆ, ଗୁଲନଗର ସରପଞ୍ଚ ପିତବାସ ବେହେରା, କମଳାକାନ୍ତ ବେହେରା,ଗୁଲନଗର ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ବିମ୍ବାଧର ମୁଦୁଲି ପ୍ରମୁଖ ତୁଙ୍ଗନେତା ସ୍ୱର୍ଗତ ନାୟକଙ୍କ ନିରାଡମ୍ବର ଓ ନିର୍ଭିକ ତଥା ସ୍ପଷ୍ଟବାଦୀ ନୀତି ଆଜିର ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଏକ ମାଇଲ ଷ୍ଟୋନ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଗୁଲନଗର ଉଚ୍ଚବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଗୁଲନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଗତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମେ ସେବାନିବୃତ ଶିକ୍ଷାବିତ୍ ଉପେନ୍ଦ୍ର କରଙ୍କ ଦ୍ୱାରା ଗୀତା ଓ ବେଦପାଠ ପରେ ସ୍ୱର୍ଗତ ନାୟକଙ୍କ ପ୍ରତିମୃର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଦିବଂଗତ ନେତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। କ୍ଷେତ୍ରବାସୀ ପାତ୍ର, ଗଗନ ବେହେରା ଓ ଚନ୍ଦ୍ରମଣୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


