ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦଜୀଙ୍କ ଜନ୍ମଉତ୍ସବ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏହି ଜନ୍ମ ଉତ୍ସବ ସାରା ରାଜ୍ୟରେ ପାଳନ କରାଯିବା ପାଇଁ ସ୍ଥିର କରାଗଲା। ଏଥିସହିତ ଶ୍ରୀମାଙ୍କ ପିଙ୍ଗଳ, ଡାମରପୁର, ଧୂମାତ, ଚାରିନଙ୍ଗଳ, ଘିଘିଡିଆ, ନିଆଳି, ଦେଓଗାଁ, ଚଣ୍ଡିଗଡ, ଅସ୍ତରଙ୍ଗ, ବଲୁରିଆ, କଣ୍ଟାବଣ, ଦେଉରୀ, ମନ୍ତ୍ରିପଡା, ବସପୁର ପ୍ରଭୃତି ସମସ୍ତ ଆଶ୍ରମ ସମେତ ଶ୍ରୀମାଙ୍କୁ ଶ୍ରଦ୍ଧା ଓ ଭକ୍ତି କରୁଥିବା ବ୍ୟକ୍ତି, ସଂସ୍ଥା ଓ ଅନୁଷ୍ଠାନ ମାନଙ୍କରେ ମଧ୍ୟ ଏହି ଉତ୍ସବ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜନ୍ମ ଉତ୍ସବ ଅବସରରେ ବୃକ୍ଷରୋପଣ, ସ୍ୱାସ୍ଥ୍ୟସେବା ଶିବିର, ଜଳସେବା, ପ୍ରତିଭା ସମ୍ମାନ, ରୁଦ୍ରାଭିଷେକ, ଗୁରୁ ପାଦପୂଜା, ନଗର ପରିକ୍ରମା, ଶ୍ରୀମାଙ୍କ ଗୁଣାବଳୀ ପଠନ, ଶ୍ରୀମାଙ୍କ ରଚିତ ପୁସ୍ତକ ‘ଦିବ୍ୟ କୈାସ୍ତୁବ’ ଗାନ କରାଯିବାକୁ ସ୍ଥିର କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ଡ. କାଳୀପ୍ରସନ୍ନ ଶତପଥୀ, ଶରତ ଚନ୍ଦ୍ର ପାତ୍ର, ଶରତ ବରାଳ, ଅର୍ଚ୍ଚନା ଗୋଏଙ୍କା, ଜ୍ଞାନରଞ୍ଜନ ମହାନ୍ତି, ସିତାନାଥ ମିଶ୍ର, ଶ୍ରୀଧର ରାଉତ, ସଚ୍ଚିକାନ୍ତ ନାଥ, କୁଳମଣି ଦାସ, ମନୋରଞ୍ଜନ ତ୍ରିପାଠୀ, ନିରଞ୍ଜନ ମେକାପ, ପୁପୁନ ସ୍ୱାଇଁ, ଶ୍ରୀଧର ମହାନ୍ତି, ଅଭିମନ୍ୟୁ ଗୋଛାୟତ, ଗୋଲଖ ଦାସ, ରିତାଞ୍ଜଳୀ ନାଥ, ଭାଗ୍ୟଧର ସାହୁ, ରାମକୃଷ୍ଣ ସାମଲ, ସଚ୍ଚିଦାନନ୍ଦ ଜେନା, ଭୋବନୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ବ୍ରହ୍ମଚାରୀ ନୃସିଂହ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ