ହଜିଗଲା ମାନବିକତା,ଟଙ୍କା ନଦେବାରୁ ଓହ୍ଲାଇଦେଲା ଆମ୍ବୁଲାନ୍ସ
ବ୍ରହ୍ମପୁର,(ଦୁର୍ଗାା ମାଧବ ପାଣିଗ୍ରାହି ) : ଗଂଜାମ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବ୍ରହ୍ମପୁର ବଡ ମେଡିକାଲରୁ ଗୁରୁତର ଥିବା ଦେଢ ବର୍ଷର ଶିଶୁକୁ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ଗଂଜାମ ବଜାର ଛକ ନିକଟରେ ଆମ୍ବୁଲାନ୍ସ ଡ୍ରାଇଭର ପରିବାରକୁ ଟଙ୍କା ମାଗିଥିଲା ପରିବାର ଟଙ୍କା ଦେଇପାରିନଥିବାରୁ ବଜାର ଛକ ନିକଟରେ ପରିବାରକୁ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କୁକୁଡାଖଣ୍ଡି ବ୍ଲକର ଅନାମ ଦାସଙ୍କ ଦେଢ ମାସର ପୁଅକୁ ଗତ କିଛି ଦିନ ଧରି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତିହୋଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ରହିଥିବାରୁ ଉନ୍ନତ ଚିକିତ୍ସା ନିମନ୍ତେ ଡାକ୍ତର କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରିବାକୁ ନିର୍ଦେଶ ଦେଇଥିଲେ ।ଆଜି ମଧ୍ୟାହ୍ନ ୧ ଟା ବେଳେ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲକ୍ୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ରାସ୍ତା ଅଧାରରେ ଆମ୍ବୁଲାନ୍ସ କର୍ମଚାରୀ ପରିବାରଙ୍କୁ ଟଙ୍କା ମାଗିଥିଲେ । ପରିବାର ଲୋକେ ଟଙ୍କା ଦେଇପାରିନଥିବା ବେଳେ କର୍ମଚାରୀ ମାନେ ପରିବାର କୁ ଓହ୍ଲାଇ ଦେଇ ଚାଲିିଯାଇଥିଲେ । ସେଠାରେ କ୍ରନ୍ଦନ କରୁଥିବା ଦେଖି ସ୍ଥାନୀୟ ସ୍ୱେଚ୍ଛାସେବୀ ମାନେ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲକୁ ପୁଣି ସ୍ଥାନାନ୍ତରିତ କରିଥିଲେ । ଏଭଳି ଘଟଣା ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।


