ହନୁମାନ ବାଟିକାର ଉନ୍ନତ୍ତି ପାଇଁ ଆଲୋଚନା
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) କୁମାର ବାନାର୍ଜି ମୁଖ୍ୟ ଅତିଥି ହୋଇଥିବାବେଳେ ବରିଷ୍ଠ ଆଇନ ପରାମର୍ଶଦାତା ଏସ.କେ.ଜେନା ମୁଖ୍ୟ ବକ୍ତା ହୋଇଛନ୍ତି । ବଡବଜାର ଥାନା ଭାରାପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ଭୁପତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ହନୁମାନ ବାଟିକାର ପ୍ରତିଷ୍ଠାତା ଅଲି ଗୌଡଙ୍କୁ ଅବଦାନକୁ ସ୍ମରଣୀୟ କରିବା ପାଇଁ ସହୃଦୟୀ ବଦାନ୍ୟ ବ୍ୟକ୍ତି ତଥା ଯୁବ ସ୍ୱେଚ୍ଛାସେବୀମାନଙ୍କୁ କମିଟିରେ ନେଇ ଏଥିରେ ଉନ୍ନତି କରିବା ନିମନ୍ତେ ପ୍ରସ୍ତାବ ଉପସ୍ଥାପନା କରିଥିଲେ । ଜଳଉତ୍ସବ ପ୍ରକୃତିର ସଂରକ୍ଷଣ ତଥା ସୁରକ୍ଷା ପାଇଁ ଯୁବ ଗୋଷ୍ଠୀ ଏକ ନେଚର ଲଭରସ ଟ୍ରଷ୍ଟ ନାମରେ କେତେକ କାର୍ଯ୍ୟ କରିବା ନିମନ୍ତେ ସ୍ଥିର ହେଲା । ଉକ୍ତ ସଭାରେ ପୁରସ୍କାର ପ୍ରାପ୍ତ ସଂସ୍କାର ଏନ. ଜିଏର ସଂପାଦକ ରମେଶ ଚନ୍ଦ୍ର ସାହୁ ଉକ୍ତ କାର୍ଯ୍ୟର ଦାୟିତ୍ୱ ବହନ କରିବା ପାଇଁ ସମ୍ମତି ଦେଇଥିଲେ । ଏହି ଅବସରରେ ପୁର୍ବତନ ପୋଲିସ ଅଫିସର ରମାକାନ୍ତ ନାୟକ , ସଭାପତି ସ୍ୱରାଜ ସାହୁ, ଉପସଭାପତି ଅରୁଣ କୁମାର ଗୌଡ , ସଂପାଦକ କାଳୁ ଚରଣ ଶତପଥୀ , କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ମହାନ୍ତି , ସୁବ୍ରତ ରଥ , ଆଶିଷ ବିଷୋୟୀ, ରଜତ ଭୁୟାଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରିଶେଷରେ ମଞ୍ଚଜ୍ୟୋତି ସଂପାଦକ ସୁଭାଷ ଚନ୍ଦ୍ର ସାହୁ ରୋଶନ ଧନ୍ୟବାଦ ଅର୍ପଣ କରିଥିଲେ ।


