ପ୍ରାୟ ବିଲୁପ୍ତ ହେଇଗଲାଣୀ ବେଙ୍ଗେଇ ନାଚ , ଆଉ ଦେଖିବାକୁ ମିଳୁନି ବେଙ୍ଗୁଲି

ଚିକିଟିରୁ କୁରେଶ ସାହୁଙ୍କ ରିପୋର୍ଟ
(ଚିକିଟିରୁ କୁରେଶ ସାହୁଙ୍କ ରିପୋର୍ଟ)

ଚିକିଟି (ଯୁଗାବ୍ଦ ନ୍ୟୁଜ ) ଗଞ୍ଜାମ ଜିଲ୍ଲା ର ଚିକିଟି ଅଞ୍ଚଳ ହେଉଛି କଳା , ସଂସ୍କୁର୍ତୀ ଓ ପରମ୍ପରା ର ଏକ ମାନ୍ୟତା ଅଞ୍ଚଳ ।ଏଠି ପ୍ରାୟ ସମସ୍ତ ପ୍ରକାର ର ନାଚ, ଗୀତ, ଯାତ୍ରା ସମୟ ଅନୁସାରେ ଦେଖିବାକୁ ମିଳିଥାଏ ଅନେକ ଗୁଡିଏ ପରମ୍ପରା ଅନୁଯାୟୀ ମଧ୍ୟ କିଛି ନାଚ ଗୀତ ଦେଖିବାକୁ ମିଳୁଥିଲା ତାହା ଆଜି ଦେଖିବାକୁ ଆଉ ମିଳୁନି । ଡିଜିଟାଲ ଇଣ୍ଡିଆ ର ପ୍ରଭାବ ଆଉ ସମ୍ୟାନୁକ୍ରମ ରେ ଏମିତି କିଛି ପରମ୍ପରା ଭିତ୍ତିକ ନାଚ ହଜି ଯାଇଛି ସମୟ ସ୍ରୋତ ରେ।ସେଗୁଡିକ ମଧ୍ୟରୁ ବେଙ୍ଗେଇ ନାଚ ଅନ୍ୟତମ।ଏହି ନାଚ ଟି ଖରା ଦିନ ସରିବାକୁ ଥିବା ଆଉ ବର୍ଷା ଦିନ ଆସିବାକୁ ଥିବା ର ମଧ୍ୟ ଭାଗରେ ଅନୁଷ୍ଠିତ ହେଉଥିଲା। ବର୍ଷା ଋତୁର ଆଗମନ ଆଉ ଗ୍ରୀଷ୍ମ ଋତୁର ଗମନ ସମୟ ରେ ଟିକେ ଖରା ଆଉ ଟିକେ ବର୍ଷା ହେବା ଆଗରୁ ଏହି ନାଚ ପ୍ରଦର୍ଶିତ ହେଉଥିଲା କିନ୍ତୁ ଏବେ ତାହା ସମୟ ଅନୁକ୍ରମେ ହଜିଗଲାପରି ଲାଗୁଛି ।ଚିକିଟି ଅଞ୍ଚଳ ରେ କେଉଁଠି ବି ଆଉ ଦେଖିବାକୁ ମିଳୁନାହିଁ। ବେଙ୍ଗେଇ ନାଚ ଚିକିଟି ରେ ବିଲୁପ୍ତପ୍ରାୟ ହେଇଯାଇଚି। ଚାଷୀକୂଳ ପରିବାର ଲୋକେ ଠିକ୍ ଏହି ସମୟରେ କ୍ଷେତରେ ଖତ ପକାଇ ବଳଦ ଆଉ ଲଙ୍ଗଳ ସଜାଡି କ୍ଷେତ କୁ ଚାଷ କରି ବିଲରେ ଧାନ ବିହନ ବୁଣି ଥାନ୍ତି। କିନ୍ତୁ ଉପଯୁକ୍ତ ସମୟରେ ବର୍ଷା ନ ହେଲେ ପକାଇ ଥିବା ବିହନ ରୁ ତଳି ହେବ ନାହିଁ ଭାବି ଚାଷୀ ପରିବାର ପକ୍ଷରୁ ଏକ ନିଧିସ୍ଟ ଦିନ ନିର୍ଧାରଣ କରି ଏକ ବେଙ୍ଗେଇ ନାଚ ର ଆୟୋଜନ କରୁଥିଲେ । ଏକ ନୁର୍ତନ ମାଟି ହାଣ୍ଡି ଆଣି ସେହି ହାଣ୍ଡି କୁ ଚୂନ, ହଳଦୀ,ସିନ୍ଦୂର ଆଉ କିଛି ଫୁଲ ଲଗାଇ ସଜ୍ଜିତ କରି ସେଥିରେ କିଛି ନଦୀ କିମ୍ବା ବନ୍ଧ ରୁ ଜଳ ଆଣି ପୁଜା ଅର୍ଚାନାଁ କରି ମାଟି ହାଣ୍ଡିରେ ରଖି ଦୁଇଟି ଜୀବିତ ବେଙ୍ଗ ରଖି ସେ ମାଟି ହାଣ୍ଡି କୁ ଗୋଟିଏ ବାଉଁଶ ଭାର କରି ଦୁଇ କାନ୍ଧରେ ଦୁଇ ଜଣ ଚାଷୀ ଧରି ଗ୍ରାମର ପ୍ରତେକ ଘରର ଦାଣ୍ଡ କୁ ଦାଣ୍ଡ ବୁଲି ନାଚ କରୁଥିଲେ। ସେମାନେ ଦାଣ୍ଡରେ ନାଚ କରିବାର ଦେଖି ଘରୁ ପାଣି ଆଣି ନାଚ କରୁଥିବା ଲୋକ ଓ ବେଙ୍ଗ ଥିବା ହାଣ୍ଡିରେ ଉପରେ ଛିଣ୍ଚାଡ଼ୀ ହୋଇ ପାଣି ଛାଟୁଥିଲେ। ପାଣି ଛାଟିଲେ ବେଙ୍ଗ ନାଚ କଲେ ଅଞ୍ଚଳରେ ଭଲ ବର୍ଷା ହେବ ବର୍ଷା ହେଲେ କ୍ଷେତ ରେ ଭଲ ଫସଲ ହେବ ବୋଲି ଭାବୁଥିଲେ । ଏମିତି ଏକ ଚାଷୀ ଭିତ୍ତିକ ନାଚ ଦେଖିବାକୁ ମିଳୁନାହିଁ ଚିକିଟି ଅଞ୍ଚଳରେ। ଆଧୁନିକତାର ଛାପ ମାଡ଼ି ଆସୁଥିବା ବେଳେ ପୁରାତନ ର କିଛି ସଂସ୍କୃତି ,ଖେଳ କୁଦ, ନାଚ ଓ ଏମିତି କିଛି ପରମ୍ପରା ଲୋପପାଇ ତାହା ଇତିହାସ ପାଲଟି ଯିବାକୁ ବସିଛି।କିଛି ବୁଦ୍ଧିଯିବି ଙ୍କ ମତରେ ସେ ଦିନ ଏ ଦିନ ମଧ୍ୟରେ ବହୁତ ସମଂଯ୍ୟସ ରହିଛି ଚାଷୀ ଆଉ ଚାଷ ର ବନ୍ଧୁ ହେଉଛି ବେଙ୍ଗ ଏହି ବେଙ୍ଗ କୁ ନେଇ ଆମେ ନାଚ କରୁଥିଲୁ ବେଙ୍ଗକୁ ଗାଁ ଦାଣ୍ଡରେ ଦେଖିଲେ ଆମେ ଏ ବର୍ଷ ଭଲ ଫସଲ ହେବ ବୋଲି ଭାବୁଥିଲୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ