ହାଟଡିହି ଅଞ୍ଚଳରେ ସାବିତ୍ରୀପୂଜା ଧୁମ ଧାମରେ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ସାବିତ୍ରୀପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ସଧବା ମହିଳା ମାନଙ୍କ ପାଇଁ ଆଜି ଏକ ପବିତ୍ର ଦିନ । ଏଥିପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ଚଳଚଞ୍ଚଳ ଳାଗି ରହିଥିଲା । କରୋନା କଟକଣା ଯୋଗୁଁ ଦୁଇବର୍ଷ ହେଲା କୌଣସି ଦେବାଦେବୀ ପୀଠରେ ଏହି ପୂଜା ହୋଇପାରି ନଥିବାରୁ ଚଳିତବର୍ଷ ବିଭିନ୍ନ ଦେବାଦେବୀ ପୀଠରେ ଗହଳି ପରିଲକ୍ଷିତ ହୋଇଥିଲା । ହାଟଡିହି ବ୍ଲକର ଛେନାପଦିଛକ ତାରିଣୀ ମନ୍ଦିର, ବିଶେଶ୍ୱର ମହାଦେବ ମନ୍ଦିର, ଘୋଷରାପଦାର ସାବିତ୍ରୀ ମନ୍ଦିର, ମୁଗୁପୁର ଶିବ ମନ୍ଦିର, ଶାଳଣିଆଁ ଶିବ ମନ୍ଦିର, ବିଦ୍ୟାଧରପୁର ଶିବମନ୍ଦିର ସମେତ ଗାଁ ମାନଙ୍କରେ ଥିବା ଦେବାଦେବୀ ପୀଠରେ ଏହି ପୂଜା ହୋଇଥିଲା । ମହିଳାମାନେ ସେମାନଙ୍କ ସ୍ୱାମୀଙ୍କ ଦୀର୍ଘାୟୁ କାମନାକରି ଏହି ପୂଜାକରିବା ସହିତ ସୂର୍ଯ୍ୟଙ୍କୁ ଜଳଲାଗି କରି ସାବିତ୍ରୀ ବ୍ରତ ପରିଧାନ କରିଥିଲେ ।ମହ୍ଲାରପଦା ଶିବ ମନ୍ଦିରରେ ଏଥିପାଇଁ ଶହଶହ ମହିଳା ଏକଜୁଟ ହୋଇ ସାବିତ୍ରୀବ୍ରତ ପାଳନ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ