ଝଣଝଣା ଗ୍ରାମକୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇଲେ ସରପଞ୍ଚ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ ଝଣଝଣା ଗ୍ରାମକୁ ଟାଙ୍କର ଯୋଗେ ପିଇବା ପାଣି ଯୋଗାଯାଇଛି । ଝଣଝଣା ଗ୍ରାମର ଅନେକ ସାହିରେ ଗତ ଦୁଇଦିନ ହେଲା ନଳକୂପ ଅଚଳ ହୋଇପଡିବା ସହିତ ପାଇପ ଯୋଗେ ପାଣି ଯୋଗାଣ ବ୍ୟବସ୍ଥା ବନ୍ଦ ହୋଇଯାଇଛି । ଫଳରେ ଗ୍ରାମବାସୀମାନେ ନାନା ପିଇବା ପାଣିଟୋପେ ପାଇଁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ଗ୍ରାମବାସୀ ମାନେ ସରପଞ୍ଚ ସୁବାସିନୀ ସେଠୀଙ୍କୁ ଜଣାଇବା ପରେ ସରପଞ୍ଚ ଏନେଇ ସଂପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ବ୍ୟବସ୍ଥାରେ ସୁଧାର ଆସିବାକୁ ୪/୫ଦିନ ସମୟ ଲାଗିଯିବ ବୋଲି ଜାଣିବାପରେ ତୁରନ୍ତ ପ୍ରତିକାର ସ୍ୱରୁପ ଗାଁର ମାଝୀସାହି, କଲୋନୀ ସାହି, ତଳସାହି, ମଝି ସାହି, ଉପର ସାହି ପ୍ରମୁଖ ସ୍ଥାନକୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣ କରିଛନ୍ତି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ସରପଞ୍ଚଙ୍କ ଏପରି ତ୍ୱରିତ ପଦକ୍ଷେପକୁ ଗ୍ରାମବାସୀମାନେ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ