ଘର ଉପରେ ବିଦ୍ୟୁତ ତାର, ବାରମ୍ବାର ଅଭିଯୋଗ ପରେବି ବିଭାଗ ନୀରବଦ୍ରଷ୍ଟା
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର କାହାଳିଆଗଡିଆ ଗ୍ରାମରେ ଶତୃଘ୍ନ ବେହେରାଙ୍କ ଘର ଉପରେ ଝୁଲୁଛି ବିଦ୍ୟୁତ ତାର । ତାର ଗୁଡିକ ଚାଳକୁ ଲାଗିଥିବାରୁ ସେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି ଘରର ଛପର କାମବି କରି ପାରୁ ନାହାନ୍ତି । ଫଳରେ ତାଙ୍କ ଘରଟି ଭାଙ୍ଗିବାକୁ ବସିଲାଣି । ସେହିପରି ତାଙ୍କ ପକ୍କାଘର ଉପରେ ତାର ଝୁଲି ରହିଥିବାରୁ କେତେବେଳେ ଯେ କଣ ଅଘଟଣ ଘଟିବ ସେନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ପରିବାର ଲୋକେ । ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି । ଯଦି କୌଣସି ପଦକ୍ଷେପ ଗ୍ରହଣ ନକରିନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଶତୃଘ୍ନ ବେହେରା, ନିରଞ୍ଜନ ବେହେରା, ଭିକାରୀ ବେହେରା, ଅଲେଖ ବେହେରା, ଗୋଲେଖ ବେହେରା, ସଶ୍ମିତା ବେହେରା, କମଳିନୀ ବେହେରା, ଉଗ୍ରସେନ ବେହେରା, ଭାସ୍କର ବେହେରା, ଦମୟନ୍ତୀ ବେହେରା, ମଞ୍ଜୁଲତା ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି ।


