ଜଗତସିଂହପୁର ସାହିତ୍ୟ ପରିଷଦର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜୟବଡସ୍ଥିତ ହଟକେଶ୍ବର ମନ୍ଦିର ପରିସରରେ ଜଗତସିଂହପୁର ସାହିତ୍ୟ ପରିଷଦ ପକ୍ଷରୁ ହେମନ୍ତ ସାହିତ୍ୟ ଆସର ଓବାର୍ଷିକ ଉତ୍ସବ ପାଳନ ସଂପର୍କରେ ଆଲୋଚନା କରାଯାଇଥିଲା। ପରିଷଦର ସଭାପତି ବରିଷ୍ଠ କବି ଶ୍ରୀଯୁକ୍ତ ଅଜୟ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସଂପାଦକ ଶ୍ରୀଯୁକ୍ତ ଉମାକାନ୍ତ ନାୟକ ସ୍ବାଗତ ଭାଷଣ ଦେବା ସହ ସଭାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ବାର୍ଷିକ ଉତ୍ସବ ପାଳନ ସଂମ୍ପର୍କରେ ଉପସ୍ଥିତ କବିପ୍ରତିଭା ଗଣ ମତା ମତ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନାଟ୍ଯକାର କୈଳାସ ଚନ୍ଦ୍ର ମଲ୍ଲିକ, ଗଣେଶ ଚନ୍ଦ୍ର ମହାନ୍ତି, ବଂଶୀଧର ବେହେରା, ତିଳୋତ୍ତମା ଦାସ, ସୀତାଂଶୁ ଜେନା, ସାଈସ୍ବାଗତିନୀ ମହାପାତ୍ର, ରମେଶ ଚନ୍ଦ୍ର ବହିରା ପ୍ରମୁଖ ଉପସ୍ଥିତ ରହି ମକର ପ୍ରତ୍ରିକା ପ୍ରକାଶ, ସମ୍ବର୍ନ୍ଧନା, ପାଣ୍ଠିସଂଗ୍ରହ, କବିତା ଚୟନ ପ୍ରକ୍ରିୟା ଦାୟିତ୍ବ ଆଦି ବଣ୍ଟନ ବ୍ୟବସ୍ଥା କରିଥିଲେ। ଶେଷରେ କବି ପୂର୍ଣ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ