ହାଢୁଭାଙ୍ଗିରେ ଉତ୍ତେଜନା ପ୍ରଶମିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲାର ହାଡୁଭାଙ୍ଗି ଠାରେ ରାସ୍ତା କଡର ଉଠା ଦୋକାନ ଗୁଡିକୁ ଉଚ୍ଛେଦ ବେଳେ ଉତ୍ତେଜନା,୧୪୪ଧାରା ଆଦି ଗତକାଲି ଅପରାହ୍ନରେ ପ୍ରଶମିତ ହୋଇଥିବା ସୁଚନା ମିଳିଛି । ଉଚ୍ଛେଦ ପାଇଁ ଗଜପତି ପ୍ରଶାସନ ଏକ ମାସ ମହଲତ ଦେବା ଯୋଗୁଁ ଘଟଣା ଶାନ୍ତ ପଡିବା ସହ ସମସ୍ତ ଉତ୍ତେଜନାରେ ପୁର୍ଣ୍ଣଛେଦ ପଡିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁଭାଙ୍ଗି ଗ୍ରାମ ଛକର ଉଭୟ ପାଶ୍ୱର୍ରେ ଥିବା ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ନୋଟିସ ଜାରି କରିଥିଲେ । ଯାହାକି ଗତକାଲି ଏହାର ଶେଷ ଦିବସ ରହିଥିଲା । ହେଲେ ବିସ୍ଥାପିତ ଉଠା ଦୋକାନୀମାନେ ୨୭ତାରିଖରେ ଗଜପତି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତାଙ୍କ ଗୁହାରି କହି ଆସିଥିଲେ । ଜିଲ୍ଲାପାଳ ସେମାନଙ୍କୁ ପରିସ୍ଥିତ ବିଷୟରେ ଅନୁଧ୍ୟାନ କରି କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବ ବୋଲି କହିଥିଲେ । କିନ୍ତୁ ଉଚ୍ଛେଦ କରିବା ପାଇଁ ଗତକାଲିି ବୁଧବାର ତଥା ଡିସେମ୍ବର ୨୯ ତାରିଖ ଧାର୍ଯ୍ୟ କରାଯାଇଥିବାରୁ ଉଠାଦୋକାନୀ ତଥା ବିସ୍ଥାପିତମାନେ ଏକଜୁଟ ହୋଇ ନିଜ ନିଜ ସ୍ତ୍ରୀ ପିଲାଙ୍କୁ ଧରି ରାସ୍ତାପାଶ୍ୱର୍ରେ ଧାରଣାରେ ବସି ରହଥିଲେ । ଏହି ହାଡୁଭାଙ୍ଗି ପଞ୍ଚାୟତର ଯୁବ ନେତା ପି. ବାବୁରାଓ ଏମାନଙ୍କ ସାଥିରେ ରହିଛନ୍ତି । ସେ କହିଛନ୍ତି ଯେ ପ୍ରଶାସନ ନ୍ୟାୟ ନ ଦେଲେ ଆନ୍ଦୋଳନ ଜୋରଦାର କରାଯିବ । ତେବେ ଗତକାଲି ସକାଳେ ତହସିଲଦାର ବ୍ୟାପକ ପୋଲିସ ଫୋର୍ସ ସହିତ ପହଂଚି ଉଚ୍ଛେଦ ସ୍ଥଳରେ ୧୪୪ ଧାରା ଲାଗୁ କରି ଉଚ୍ଛେଦ କା ମ ଆରମ୍ଭ କରିଥିଲେ । ଘଟଣା ସ୍ଥଳରେ ବିଜେଡି ନେତା ତିରୁପତି ପାଣିଗ୍ରାହୀ ପହଞ୍ଚି ବିସ୍ଥାପିତ ଓ ପ୍ରଶାସନ ସହ ଆଲୋଚନା କରି ଏକ ମାସ ମହଲତ ମାଗିଥିବା ବେଳେ ତହସିଲଦାର ସୀମାଞ୍ଚଳ ମହାନ୍ତି ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବି ବୋଲି କହିଥିଲେ । ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଉଚ୍ଛେଦ ପାଇଁ ଏକ ମାସ ମହଲତ ଦିଆଯାଇଥିଲା । ପ୍ରଶାସନର ମହଲତ ପରେ ସମସ୍ତ ଉତ୍ତେଜନା ପ୍ରଶମିତ ହୋଇ ଅଞ୍ଚଳରେ ଶାନ୍ତୀର ବାତାବରଣ ସୃଷ୍ଟି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ