ହିଞ୍ଜିଳିର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଶକ୍ତି ସଚିବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟା ଅଗ୍ରଗତି ସହ ବିଭାଗୀୟ ଅଧିକାରୀଙ୍କ ଉତରଦାୟିତ୍ୱ ବୃଦ୍ଧି ସକାଶେ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ୫ଟି ତତ୍ୱ । ସରକାରଙ୍କ ଉକ୍ତ ୫ଟି ତତ୍ୱକୁ ସମସ୍ତ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିଭିନ୍ନ ଅଂଚଳ ଗ୍ରସ୍ତରୁ ଏହାର ଗୁରୁତ୍ୱ ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ ଶକ୍ତି ସଚିବ ବିଷ୍ଣୁପାଦ ସେଠି ବୁଧବାର ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳି ବ୍ଳକ ଓ ପୌରଂଚଳ ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ଲୋକଙ୍କ ସହ ମତ ବିନିମୟ କରିଥିଲେ । ବୁଧବାର ଅପରାହ୍ନ ପ୍ରାୟ ୧ ଘଂଟା ସମୟରେ ସ୍ଥାନୀୟ ବ୍ଳକ ଗୋଦରାପଲ୍ଲୀ ଗ୍ରାମରେ ପଂହଚି ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଗ୍ରାମର ୪୦ ଜଣ ହିତାଧିକାରୀଙ୍କୁ ମାଗଣା ବିଦ୍ୟୁତ ସଂଯୋଗ ବୁଲି ଦେଖିଥିଲେ । ସେଠାରୁ ସଂପୃକ୍ତ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଂହଚି ବିଦ୍ୟାଳୟ କୋଠା ପରିଦର୍ଶନ କରିବା ସହ ଶିକ୍ଷାର୍ଥୀଙ୍କୁ ମାନା ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମଧ୍ୟାନ୍ନ ଭୋଜନର ରନ୍ଧା ଖାଦ୍ୟର ମାନ ପରୀକ୍ଷା କରିଥିଲେ ଏବଂ ବିଦ୍ୟାଳୟ ପରିସରରେ ଚାଲିଥିବା ଅଙ୍ଗନୱାଡ଼ି କେନ୍ଦ୍ର ବୁଲି ଦେଖିଥିଲେ । ସେଠାରୁ କଂଚୁରୁ ଗ୍ରାମକୁ ଯାଇ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିର୍ମିତ ଆଦର୍ଶ ଗାଇ ଗୁହାଳ ଦେଖିଥିଲେ । ପରେ ଶାସନ ଆମ୍ବଗାଁ ରେ ପଂହଚି ପ୍ରତ୍ୟେକ ୧ଲକ୍ଷ ୧୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ୨ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ୬ଟି ବିଜୁ ପକ୍କା ଘର ଯୋଜନାରେ ନିର୍ମିତ ଗୃହ ଓ ନିର୍ମାଣଧିନ ସକ୍‌ପିଟ ବୁଲି ଦେଖିଥିଲେ । ସେଠାରୁ ହିଂଜିଳିକାଟୁ ପୌରାଂଚଳ ଆହାର କେନ୍ଦ୍ରରେ ପଂହଚି ଭୋଜନ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ୫ ଟଙ୍କାରେ ଭାତ, ଡ଼ାଲମା ଓ ଅଚାର ଭୋଜନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ସେଠାରୁ ରାଳବ ଗ୍ରାମ ପଂଚାୟତକୁ ଯାଇ ଗ୍ରାମ୍ୟ ଜଳଯୋଗାଣର ପରିଚାଳନା, ଉଠା ଜଳସେଚନ ପ୍ରକଳ୍ପ ଏବଂ ପାନବରଜ ବିଷୟରେ ଚାଷୀଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ହିଂଜିଳିକାଟୁ ପୌରାଂଚଳକୁ ଆସି ହିଂଜିଳିର ଆଦର୍ଶ ପୋଖରୀ,ଇନଡ଼ୋର ଷ୍ଟାଡ଼ିୟମ ବୁଲି ଦେଖିବା ପରେ ଆଙ୍କୋରଡ଼ା ଗ୍ରାମକୁ ଯାଇ ମା’ ମହୁରୀକାଳୁଆ ଯାତ୍ରାତ୍ସୋବ ବୁଲି ଦେଖିବା ସହ ମା’ଙ୍କ ଦର୍ଶନ କରିଥିଲେ । ସେଠାରୁ ନିର୍ମାଣଧିନ ବସ ଟର୍ମିନାଲ, ନିର୍ମାଣଧିନ ୮୦ ଶର୍ଯ୍ୟା ବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ପରେ ନିର୍ମାଣଧିନ ଆଦର୍ଶ ମାଛ ମାର୍କେଟ ବୁଲି ଦେଖିବା ସହ ବିଭିନ୍ନ ପ୍ରକଳ୍ପ କୁଡ଼ିକର କାର୍ଯ୍ୟାନୁୟନ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ସଚିବଙ୍କ ଗ୍ରସ୍ତ ସମୟରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ସନାତନ ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ପୌରପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ବ୍ଳକ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ବିଦ୍ୟୁତ ବିଭାଗୀୟ ଏସଡ଼ିଓ ସତ୍ୟ ନାରାୟଣ ଦାଶ, ସହକାରୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର, ଗଂଜାମ ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ରାମହରି ଶର୍ମା, ଆସିକା ସାଂସଦଙ୍କ ରାଜନୈତିକ ଓ ବ୍ୟକ୍ତିଗତ ସହାୟକ ନିଳମଣି ପଟ୍ଟନାୟକ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୌରପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ବିଇଓ ବସନ୍ତ କୁମାର ପଣ୍ଡା, ଏବିଇଓ ବିଶ୍ୱନାଥ ମହାରଣା, ବିଦ୍ୟୁତ ବିଭାଗୀୟ ଏ.ଓ. ଜୟରାମ ସାହୁ, ଜେନେରାଲ ମେନେଜର ଇଂ. ପ୍ରମୋଦ କୁମାର ଚୌଧୁରୀ, ଅଧିକ୍ଷକ ଯନ୍ତ୍ରୀ ଇଂ. ସନତ କୁମାର ଜେନା, ନିର୍ବାହୀ ଯନ୍ତ୍ରୀ ନରୋତମ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ପ୍ରଧାନ, କନିଷ୍ଠ ଯ୍‌ନ୍ତ୍ରୀ ବିଦୁର ବେହେରା, ସମଗ୍ର ଶିକ୍ଷା ଅଭିଯାନ କନିଷ୍ଠ ଯନ୍ତ୍ରୀ ତଥା ବ୍ଳକ ବୈଷୟିକ ପରାମର୍ଶ ଦାତା ହର୍ଷମାଧବ କରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ