୨୫ ରୁ ରାଜ୍ଯସ୍ତରୀୟ ମଙ୍ଗଳା କପ
ନିମାପଡ଼ା, (ସନ୍ତୋଷ ଦାଶ):ଆସନ୍ତା ୨୫ ତାରିଖ ରୁ ପୁରୀ ଜିଲ୍ଲା କାକଟପୁର ର ମିନି ଷ୍ଟାଡିୟମରେ ମଙ୍ଗଳା କ୍ରିକେଟ କ୍ଲବ ପକ୍ଷରୁ ଆରମ୍ଭ ହେବ ୩୪ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ପ୍ରତିଯୋଗିତା। ଏହି ପ୍ରତିଯୋଗୀତା ରେ ସମୁଦାୟ ୭ ଟି କ୍ରିକେଟ କ୍ଲବ ଅଂଶଗ୍ରହଣ କରୁଥିବା ଆୟୋଜକ କ୍ଲବ ର ସଭାପତି ପ୍ରଦୀପ୍ତ କୁମାର ଦିକ୍ଷୀତ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶ୍ରୀ ଦିକ୍ଷୀତ ଙ୍କ ସୂଚନାନୁସାରେ ୨୫ ତାରିଖ ଉଦଘାଟନୀ ଦିବସ ରେ କଟକ ର ଯୋବ୍ରା ସୋଲାର ଓ ଭୁବନେଶ୍ୱର ର କ୍ରାଉନ ସ୍ପୋଟିଂ ମଧ୍ୟରେ ଖେଳ ଅନୁଷ୍ଠିତ ହେବ।୨୬ରେ କଟକ ର ଜୁଭେନାଇଲ ସ୍ପୋଟିଂ ଓ ଆୟୋଜକ ମଙ୍ଗଳା କ୍ରିକେଟ କ୍ଲବ,୨୭ ରେ ଭୁବନେଶ୍ୱର ର ପାରା ମାଉଣ୍ଟସ୍ପୋଟିଂ ଓ ରାମେଶ୍ୱରସ୍ପୋଟିଂ,୨୮ ରେ କଟକ ର ବିଶ୍ଵଭାରତୀ ସ୍ପୋଟିଂ ଓ ଭଦ୍ରକ ର ୟୁନିକ ଇଲେଭେନ ମଧ୍ୟରେ ଖେଳ ଅନୁଷ୍ଠିତ ହେବ।୨୯ ତାରିଖରେ ପ୍ରଥମ ସେ .ମି ଫାଇନାଲ ୨୫ ଓ ୨୮ ତାରିଖ ର ବିଜେତା,୩୦ ତାରିଖରେ ଦ୍ୱିତୀୟ ସେ.ମି ଫାଇନାଲ ୨୬ ଓ ୨୭ ତାରିଖ ର ବିଜେତା କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ୨୦୨୪ ଜାନୁଆରୀ ୭ ତାରିଖ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିବା ମଙ୍ଗଳା କ୍ରିକେଟ କ୍ଲବ ର ସମ୍ପାଦକ ଶୁଭ୍ରାଂଶୁ ଦିକ୍ଷୀତ ପ୍ରକାଶ କରିଛନ୍ତି। ସବୁଦିନ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ ପାଇଁ ସ୍ଥିର ହୋଇଥିବା ବେଳେ ଫାଇନାଲ ଖେଳ ଦିନ ଶ୍ରେଷ୍ଠ ବ୍ୟାଟସ ମ୍ୟାନ, ଶ୍ରେଷ୍ଠ ବୋଲର, ମ୍ୟାନ ଅଫ ଦି ସିରିଜ,ଶ୍ରେଷ୍ଠ ଶୃଙ୍ଖଳିତ କ୍ଲବ, ଶ୍ରେଷ୍ଠ ସ୍ବେଚ୍ଛାସେବୀ ଓ ଖେଳ ପରିଚାଳନା କରିଥିବା ଆମ୍ପୟାର ମାନଙ୍କୁ ସମ୍ମାନୀତ କରାଯିବ ବୋଲି କ୍ଲବ ପକ୍ଷରୁ ସୁଚନା ଦିଆଯାଇଛି।


