୪୯ ହଜାର ଟଙ୍କା ଜରିମାନା ଆଦାୟ : ୬୮୨.୩ ଲିଟର ମଦ ଜବତ
ଛତ୍ରପୁର (ଦେବଦତ୍ତ ମହାରଣା) ; ମାର୍ଚ୍ଚ ୨୨ ତାରିଖ ସକାଳ ୬ ଟାରୁ ଠାରୁ ୨୩ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଗତ ୨୪ଘଣ୍ଟାରେ ଗଞ୍ଜାମ ପୋଲିସ୍ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଂଚ କରାଯାଇ ଟ୍ରାଫିକ୍ ନିୟମ ଅବମାନନା ନେଇ ୪୯ ହଜାର ଟଙ୍କା ଜୋରିମାନା କରାଯିବା ସହିତ ୧୦ ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ କୁ ରଦ୍ଦ କରାଯାଇଛି । ସେହିପରି ୬୮୨.୩ ଲିଟର ମଦ ଜବତ କରାଯାଇଛି । ଏନେଇ ବିଭିନ୍ନ ଥାନାରେ ୯ଟି ଅବକାରୀ ମାମଲା ରୁଜୁ କରାଯାଇ ୯ ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ।


